ସୁନୀଲ ଜାଖଡଙ୍କୁ ଦୁଇ ବର୍ଷ ପାଇଁ ଦଳରୁ ନିଲମ୍ୱନ କରିବ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖଡଙ୍କୁ ଦୁଇ ବର୍ଷ ପାଇଁ ଦଳରୁ ନିଲମ୍ୱନ କରିବ କଂଗ୍ରେସ । ତେବେ ଏକେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଗଠିତ ଦଳର ଶୃଙ୍ଖଳା କମିଟି ସୁନୀଲଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ୱନ କରିବାକୁ ସୁପାରିସ କରିଛି। ଏହାସହ କେରଳ କଂଗ୍ରେସର ବରିଷ୍ଠ ନେତା କେବି ଥାମସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛି। ଥାମସଙ୍କୁ ତୁରନ୍ତ ଦଳର ସବୁ ପଦରୁ ହଠାଇବାକୁ କମିଟି କହିଛି। କମିଟିର ସୁପାରିସ ଉପରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଚୂଡାନ୍ତ ନିଷ୍ପତ୍ତି ନେବେ। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜାଖଡେଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ।

ଏହାପରେ ଏହି ମମାଲାକୁ ଶୃଙ୍ଖଳା କମିଟିକୁ ପଠାଇଥିଲେ ସୋନିଆ ଗାନ୍ଧୀ। ରିପୋର୍ଟ ଅନୁସାରେ, କଂଗ୍ରେସର ଶୃଙ୍ଖଳା କମିଟି ଏପ୍ରିଲ ୧୧ ତାରିଖରେ ଦଳ ବିରୋଧୀ କାର୍ୟ୍ୟକଳାପ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଏହାର ଜବବା ଦେବାକୁ କହିଥିଲା। କେବେ ଜାଖଡ କମିଟିକୁ କୌଣସି ଜବାବ ଦେଇ ନଥିଲେ। ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କୁ ଖୁଲମଖୁଲା ସମାଲୋଚନା କରିଥିଲା ଏବଂ ପଞ୍ଜାବରେ ଆମ ଆଦମୀ ପାର୍ଟଠାରୁ କଂଗ୍ରେସ ପରାଜୟ ପରେ ତାଙ୍କୁ ଦଳ ଉପରେ ବୋଝ ବୋଲି କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts