ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି: ଯୁଦ୍ଧ ବେଳେ ସାଧାରଣ ଜନତାଙ୍କୁ ଟାର୍ଗେଟ ନକରିବା ଓ ମାନବିକ ସହାୟତା ପାଇଁ ଅନୁମତି ଦେବାକୁ କଲେ ଦାବି

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ | ରୁଷ ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଥିବା ବେଳେ, ଏହାର କଡା ଜବାବ ଦଉଛି ୟୁକ୍ରେନ ସେନା | ସେପଟେ ୟୁକ୍ରେନ ଉପରରେ ଯୁଦ୍ଧ କରିବା ରୁଷିଆ ପାଇଁ ଭାରି ପଡିଛି | ଅନେକ ଦେଶ ୟୁକ୍ରେନ ସମର୍ଥନ ରେ ବାହାରି ରୁଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି | ସେପଟେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବସିଥିବା ଦୁଇ ଦୁଇଟି ଆଲୋଚନା ବିଫଳ ହୋଇଛି |

ସେପଟେ ଶାନ୍ତି ପ୍ରତିଷ୍ଠା ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଏହି ଆଲୋଚନା ପରେ ଫ୍ରାନ୍ସ ଅଧିକାରୀ ଯେଉଁ ଉଚ୍ଛ ରଖିଛନ୍ତି, ତାହା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ମାକ୍ରନ ଆଶଙ୍କା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଋଷ ଆହୁରି ଜୋରଦାର ଆକ୍ରମଣ କରିବ ଓ ପୁରା ୟୁକ୍ରେନ ଦଖଲ କରିନେବାର ଆଶଙ୍କା ଥିବା ମାକ୍ରନଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି । ୟୁକ୍ରେନରେ ସାଧାରଣ ଜନତାଙ୍କୁ ଯୁଦ୍ଧ ବେଳେ ଟାର୍ଗେଟ ନକରିବା ଓ ମାନବିକ ସହାୟତା ପାଇଁ ଅନୁମତି ଦେବାକୁ ପୁଟିନଙ୍କ ନିକଟରେ ଦାବି ରଖିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ।

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଇଛନ୍ତି ଖୋଲା ପ୍ରସ୍ତାବ । କହିଛନ୍ତି ଯଦି ପୁଟିନ ଯୁଦ୍ଧ ରୋକିବେ ତେବେ ଯାଇ ତାଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇଦିଆଯିବ ।

ସୂଚନା ମୁତାବକ, ୟୁୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଉପରେ ଅନ୍ତର୍ଜାତୀୟ ସ୍ତରରେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଆରବୀୟ ରାଷ୍ଟ୍ର ଗୋଟିଏ ପଟେ ଗୋଟିଏ ପ୍ରତିବନ୍ଧକ ଲଗାଇଚାଲିଛନ୍ତି । ବିଭିନ୍ନ ରାଷ୍ଟ୍ର ରାଷ୍ଟ୍ରପତି ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଘୋଷଣା କରାଯାଇଥିଲା । ଏହାସହ କ୍ରୀଡା ସ୍ତରରେ ମଧ୍ୟ ଋଷ ଉପରେ ବଳ କଷା ଯାଇଛି । ଫୁଟବଲ ବିଶ୍ୱକପ୍, ଆଇସ୍ ହକି ସମେତ ଅଲିମ୍ପିକ୍ସରୁ ମଧ୍ୟ ଋଷକୁ ବାଦ ୍ଦେବାକୁ ଘୋଷଣା କରାଯାଇଛି । ତେବେ ଯଦି ଯୁଦ୍ଧ ବନ୍ଦ କରିବାକୁ ପୁଟିନ ଘୋଷଣା କରନ୍ତି ତେବେ ସବୁ କ୍ଷେତ୍ରରୁ ପ୍ରତିବନ୍ଧକକୁ ହଟାଇ ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍ ।

Related Posts