ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ, ୧୯ ଆହତ

ମସ୍କୋ : ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ତିନି ପିଲାଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

ଇଞ୍ଜିନ ଖରାପ ହେବା ଯୋଗୁ ବିମାନ କ୍ରାସ ହୋଇଥିବା ରୁଷିଆ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଟେକ ଅଫ ସମୟରେ ଏସୟୁ-୩୪ ବୋମା ବର୍ଷଣକାରୀ ବିମାନର ଏକ ଇଞ୍ଜିନରେ ନିଆଁ ଲାଗିଯାଇଥିଲା ବୋଲି ରୁଷିଆ ପ୍ରତିରକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ସୋମବାର ରୁଷିଆର ଡ୍ରୋନ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୮ ମାସ ହେବ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୟୁକ୍ରେନର ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି।

Related Posts