ୟୁକ୍ରେନ ବିରୋଧରେ ରୁଷର ଯୁଦ୍ଧକୁ ବନ୍ଦ କରିବା ପାଇଁ ଗୁହାରି କଲେ ରୁଷ ଟେନିସ ଖେଳାଳି ଆନ୍ଦ୍ରେ ରୁବଲେଭ: ଟିଭି ବ୍ରଡକାଷ୍ଟ କ୍ୟାମେରାର ସ୍କ୍ରିନ୍‌ରେ ଲେଖିଲେ ‘ନୋ ୱାର୍‌ ପ୍ଲିଜ୍‌…

ରୁଷ ର ୟୁକ୍ରେନ ଉପରେ ଆକ୍ରମଣ ଘଟଣା ପାଇଁ ସମଗ୍ର ଦେଶ ରୁଷ କୁ ନିନ୍ଦା କରୁଥିବା ବେଳେ, ନିଜ ଦେଶ ବାସୀମଧ୍ୟ ଯୁଦ୍ଧ ନକରିବା ପାଇଁ ନିବେଦନ କରିଛନ୍ତି | ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ଦେଶ ବାସୀ ନାରାବାଜି କରିଥିବା ବେଳେ, ଏବେ ରୁଷ ଟେନିସ ଖେଳାଳି ଆନ୍ଦ୍ରେ ରୁବଲେଭ ଯୁଦ୍ଧ ନକରିବା ପାଇଁ ନିବେଦନ କରିଛନ୍ତି | ସେମିଫାଇନାଲ ମ୍ୟାଚ୍‌ରେ ପୋଲାଣ୍ଡର ହୁବର୍ଟ ହର୍କାଜଙ୍କୁ ୩-୬,୭-୫,୭-୬ରେ ହରାଇଥିଲେ। ଏହି ମ୍ୟାଚ୍‌କୁ ଜିତିବା ପରେ ରୁବଲେଭ୍‌ ଯୁଦ୍ଧ ନକରିବା ପାଇଁ ଅପିଲ କରିଥିଲେ। ସେ ନିଆରା ଅନ୍ଦାଜରେ ଟିଭି ବ୍ରଡକାଷ୍ଟ କ୍ୟାମେରାର ସ୍କ୍ରିନ୍‌ରେ ‘ନୋ ୱାର୍‌ ପ୍ଲିଜ୍‌…’ ଲେଖି ରୁଷ ଓ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବା ପାଇଁ ଗୁହାରି କରିଥିଲେ। ତାଙ୍କର ଏଭଳି ଅପିଲ କରିବାର ଢ଼ଙ୍ଗ ଏବେ ସମସ୍ତଙ୍କ ହୃଦୟ ଜିତି ନେଇଛି। ମ୍ୟାଚ୍‌ ଦେଖିବା ପାଇଁ ଆସିଥିବା ସମସ୍ତ ଦର୍ଶକ ତାଳି ମାରି ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦୃଷ୍ଟିରେ ରଖି ରୁବଲେଭ୍‌ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଦୁଇଟି ଫଟୋ ଶେଆର କରିଛନ୍ତି, ଯେଉଁଥିରେ ଦୁଇ ଦେଶର ଜାତୀୟ ପତାକା ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟଟି ମଧ୍ୟ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି।

Related Posts