ରୁଷର ୟୁକ୍ରେନ୍ ଉପରେ ଆକ୍ରମଣ ଠିକ ନିଷ୍ପତ୍ତି: ରୁଷ ରାଷ୍ଟ୍ରପତି

କିଭ୍‌: ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏଯାବତ ଜାରି ରହିଛି |
ରୁଷ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ସେପଟେ ଅନେକ କଟକଣା ପରେ ମଧ୍ୟ ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି |

ସେପଟେ ଏହି ଅକର୍ମଣ ମଧ୍ୟରେ ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆକ୍ରମଣକୁ ଯାତାର୍ଥ ବୋଲି କହିଛନ୍ତି । ଏଥିସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନରେ ଲଢୁଥିବା ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ରୁଷର ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ସେ କହିଛନ୍ତି ।

ସୈନ୍ୟମାନଙ୍କ ବୀରତ୍ୱକୁ ବି ଉଚ୍ଚ ପ୍ରଂଶସା କରିଛନ୍ତି । ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେଭଳି କିଛି ବଡ ଘୋଷଣା କରିନାହାନ୍ତି ପୁଟିନ୍ । ତାସହ ନାଟୋ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା ।

ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଗୋଟିଏ ପଟେ ମସ୍କୋରେ ପୁଟିନ ବିଜୟ ଦିବସ ପାଳୁଥିବା ବେଳେ, ଅନ୍ୟପଟେ ପୋଲାଣ୍ଡରେ ଅପଦସ୍ତ ହେଲେ ରୁଷୀୟ ରାଷ୍ଟ୍ରଦୂତ । ଓ୍ୱାର୍ସରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ଆଭିନ୍ଦ୍ରଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ । ଓ୍ୱାର୍ସରେ ଥିବା ସୋଭିଏତ୍ ଓ୍ୱାର୍ ମେମୋରିଆଲ୍ ନିକଟରେ ଏହି ଘଟଣା ଘଟିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରୋ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି । ଏହି ଉପଲକ୍ଷେ ଓ୍ୱାର୍ସ ସ୍ଥିତ ସୋଭିଏତ୍ ମିଲିଟାରୀ ସିମେଟାରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଯାଇଥିଲେ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ।

ତେବେ ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରୁଥିବା ପୋଲାଣ୍ଡର କିଛି ସାମାଜିକ କର୍ମୀ ତାଙ୍କୁ ଘେରିଯାଇ ହତ୍ୟାକାରୀ ବୋଲି ନାରାବାଜି କରିବା ସହିତ ୟୁକ୍ରେନ୍ ପତାକା ଉଡ଼ାଇଥିଲେ । ଏହି ସମୟରେ କିଛି ବିକ୍ଷୋଭକାରୀ ତାଙ୍କ ଉପରକୁ ନାଲି ରଙ୍ଗ ଫୋପାଡ଼ିଥିବା ଦେଖିବାକୁ ମିଳିଛି ।

Related Posts