ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକ୍‌ଙ୍କୁ ପୁଲିତଜର ପୁରସ୍କାର

ନୂଆଦିଲ୍ଲୀ: ସାମ୍ବାଦିକ ଦାନିଶ ସିଦ୍ଦିକ୍‌ଙ୍କୁ ପୁଲିତଜର ପୁରସ୍କାର | ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିଲେ ସାମ୍ବାଦିକ ଦାନିଶ ସିଦ୍ଦିକ୍‌ | ଭାରତରେ କୋଭିଡ୍‌ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଛି । ତାଙ୍କ ସହ ରଏଟର୍ସ ସାମ୍ବାଦିକ ଅଦନାନ୍‌ ଅବିଦି, ସାନ୍ନା ଇଶ୍ରଦ ମାତ୍ତୋ ଏବଂ ଅମିତ ଦେବଙ୍କୁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଛି। ରଏଟର୍ସ ପକ୍ଷରୁ ଦାନିଶ ଭାରତରେ ମୁଖ୍ୟ ଫଟୋଗ୍ରାଫର ଥିଲେ। ସମାଚାର ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିବା ୩୯ ବର୍ଷୀୟ ସିଦ୍ଦିକି ଜାମିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ।

ସିଦ୍ଦିକି ଏହି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ପିତା ଅଖତର ସିଦ୍ଦିକି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡିନ୍ ଥିଲେ। ସିଦ୍ଦିକି ୨୦୦୫-୨୦୦୭ ମସିହାରେ ଏଜେକେ ମାସ କମ୍ୟୁନିକେସନ ସେଣ୍ଟର(MCRC) ରେ ଅଧ୍ୟୟନ କରିଥିଲେ। ସିଦ୍ଦିକି ସମାଚାର ଏଜେନ୍ସି ରଏଟର୍ସ ପାଇଁ କାର୍ଯ୍ୟ କରୁଥିବାବେଳେ ୨୦୧୮ରେ ମଧ୍ୟ ଫଟୋ ଫିଚର ପାଇଁ ପୁଲିତଜର ପୁରସ୍କାର ପାଇଥିଲେ ।

ସୂଚାନଯୋଗ୍ୟ, ତାଲିବାନି ଗୁଳିରେ ପ୍ରାଣ ହରାଇଥିଲେ ଦାନିଶ ସିଦ୍ଦିକ୍‌ | ୨୦୨୧ରେ ଯୁଦ୍ଧ ବିଧ୍ୱସ୍ତ ଆଫଗାନସ୍ଥାନରେ କର୍ତ୍ତବ୍ୟରତ ଥିବାବେଳେ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେ ସେଠାକୁ ଯାଇଥିଲେ। ସେ ଆଫଗାନ ସୈନ୍ୟଙ୍କ ଗହଣରେ ରହି ଫଟୋ ଉଠାଉଥିଲା ବେଳେ ତାଲିବାନି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା |

Related Posts