ହେଲମେଟ ପାଇଁ ଗର୍ଭବତୀ ମହିଳାଙ୍କୁ ଚଲେଇ କି ଘରକୁ ପଠେଇଥିବା ମହିଳା ଇନ୍ସପେକ୍ଟରଙ୍କ ପ୍ରମୋଶନ ବାତିଲ

police

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ହେଲମେଟ ପିନ୍ଧାକୁ ନେଇ ଅସଦାଚରଣ କରିଥିବା ମହିଳା ଇନ୍ସପେକ୍ଟରଙ୍କର ପ୍ରମୋଶନ ବାତିଲ କରାଯାଇଛି । ତେବେ ଜଣେ ଗର୍ଭବତୀ ମହିଳା ହେଲମେଟ ନ ପିନ୍ଧିଥିବାରୁ ୩ କିଲୋମିଟର ଚଲାଇଥିଲେ ଏହି ମହିଳା ସବ-ଇନ୍ସପେକ୍ଟର । ଏନେଇ ଖବର ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳାଙ୍କୁ ନଲମ୍ବିତ କରାଯାଇଥିଲା । ସବୁଠାରୁ ରୋଚକ କଥାଟି ହେଉଛି ସବ-ଇନ୍ସପେକ୍ଟରୁ ଇନ୍ସପେକ୍ଟରର ପଦବୀକୁ ପଦନ୍ନତି ହେବାର କିଛି ସମୟ ପରେ ଏହା ପ୍ରତ୍ୟାହାର କରି ନିଆଯାଇଛି । ଏହି ତାଲିକାରେ ସମ୍ପୃକ୍ତ ସବ-ଇନ୍ସପେକ୍ଟର ରିନା ବକ୍ସାଲାଙ୍କ ନାମ ଦେଖି ବହୁ ବରିଷ୍ଠ ଆଇଏସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏପରି କିପରି ଘଟିଲା ତାହା ଜାଣିବା ପାଇଁ ଚେଷ୍ଟା କରୁଛୁ ବୋଲି ରାଜ୍ୟରେ ପୁଲିସ ଅଧିକାରୀଙ୍କ ପଦୋନ୍ନତି ଏବଂ ସ୍ଥାନାନ୍ତରଣକୁ ଚୂଡାନ୍ତ କରୁଥିବା ପୁଲିସ ପ୍ରତିଷ୍ଠାନ ବୋର୍ଡ ସୂଚନା ଦେଇଛି ।

Related Posts