‘ସାବରକର-ଗୋଡସେ ସମ୍ପର୍କୀୟ ଅଟନ୍ତି’: ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ବଡ ଦାବି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାବରକରଙ୍କ ସହ ଜଡ଼ିତ ଏକ ମାନହାନି ମାମଲାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ବଡ ଦାବି କରିଛନ୍ତି। ବୁଧବାର ପୁନେ ର ସ୍ଵତନ୍ତ୍ର MP-MLA କୋର୍ଟ ରେ ଏକ ଆବେଦନ ଦାଖଲ କରି କହିଛନ୍ତି ଯେ, ବିନାୟକ ସାବରକର ମାମଲାରେ ଅଭିଯୋଗକାରୀ ସତ୍ୟକୀ ସାବରକର ଜାଣିଶୁଣି ନିଜର ବଂଶ ବାବଦରେ ତଥ୍ୟ ଲୁଚାଇଛନ୍ତି। ଏହା ସହିତ ରାହୁଲ ଦାବି କରିଛନ୍ତି ଯେ, ଅଭିଯୋଗକାରୀ ଜଣକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେ ଙ୍କ ସାନ ଭାଇ ଗୋପାଳ ଗୋଡ଼ସେ ଙ୍କ ନାତି ଅଟନ୍ତି।

ଲାଇଭ ଲ’ ର ରିପୋର୍ଟ ଅନୁସାରେ, ରାହୁଲଙ୍କ ଆବେଦନ ରେ କୁହାଯାଇଛି ଯେ, ‘ସୂଚନା ଅନୁସାରେ ସତ୍ୟକୀ ସାବରକରଙ୍କ ମା ମୂଳ ରୂପରେ ଗୋଡସେଙ୍କ ପରିବାରର ସଦସ୍ୟା ଅଟନ୍ତି। ଏହା ସତ୍ତ୍ୱେ ଅଭିଯୋଗକାରୀ ଜାଣିଶୁଣି ଚଲାକିର ସହିତ ନିଜ ବାପଘର ପକ୍ଷର ପରିବାର ସମ୍ପର୍କରେ ସୂଚନା ଦେଇ ନାହାନ୍ତି, ଏହାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏହା ଏହି ମାମଲାର ଏକ ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଅଟେ। ଅଦାଲତ ଙ୍କ ଠାରୁ କୌଣସି ତଥ୍ୟ ଲୁଚାଇବା ଏକ ଗମ୍ଭୀର ବିଷୟ ଅଟେ। ଏହି ତଥ୍ୟ ଦ୍ଵାରା ମାମଲାର ଦିଗ ବଦଳି ଯାଇପାରେ। ତେଣୁ ଏତେ ବଡ ତଥ୍ୟ ଲୁଚାଇବା ଅଦାଲତ ଙ୍କ ସହ ଏକ ଧୋକା।’

ସେହିପରି ‘ବାର ଆଣ୍ଡ ବେଂଚ’ ର ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧୀ ତାଙ୍କ ଆବେଦନରେ ଉପରେ ଜୋର୍ ଦେଇ କେବଳ କହିଛନ୍ତି ଯେ, ଅଭିଯୋଗକାରୀଙ୍କ ମା ହିମାନୀ ଅଶୋକ ସାବରକର କେବଳ ଗୋପାଳ ଗୋଡସେ ଙ୍କ ଝିଅ ଓ ନାଥୁରାମ ଗୋଡସେ ର ଝିଆରୀ ନଥିଲେ, ସେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଭଳି ହିନ୍ଦୁତ୍ବ ସଂଗଠନ ର ଏକ ସକ୍ରିୟ ରାଜନୈତିକ ମହିଳା ଥିଲେ।’

Related Posts