“ବୁଲ୍‌ବୁଲ୍‌ ପକ୍ଷୀ ଡେଣାରେ ବସି ସାବରକର ଜେଲ ବାହାରକୁ ଯାଉଥିଲେ”; କର୍ଣ୍ଣାଟକର ଅଷ୍ଟମ ଶ୍ରେଣୀ ସ୍କୁଲ ବହିରେ ବିବାଦୀୟ ଲେଖା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାଜପା ନେତୃତ୍ୱାଧୀନ ସରକାର ଇତିହାସର ପୁନର୍ଲିଖନ ପ୍ରୟାସ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କର୍ଣ୍ଣାଟକରେ ପାଠ୍ୟପୁସ୍ତକ ସଂଶୋଧନ କମିଟି ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଇତିହାସ ବହିରେ ବିନାୟକ ଦାମୋଦର ସାବରକରଙ୍କ ଉପରେ ନିକଟରେ ଏକ ଅଧ୍ୟାୟ ସଂଯୋଗ କରିଛି। ଏଥିରେ ଲେଖାଅଛି ଯେ, ସାବରକର ଆଣ୍ଡାମାନ ଜେଲରେ ବନ୍ଦୀ ଜୀବନ ବିତାଉଥିବାବେଳେ ସେ ଏକ ବୁଲ୍‌ବୁଲ୍‌ ପକ୍ଷୀ ଡେଣାରେ ବସି ନିୟମିତ ନିଜ ଜନ୍ମଭୂମିକୁ ଭ୍ରମଣ କରିବାକୁ ଯାଉଥିଲେ ।ଏପରି କି ସାବରକର ରହିଥିବା ଜେଲ ପ୍ରକୋଷ୍ଠରେ ଛୋଟ ଛିଦ୍ରଟିଏ ମଧ୍ୟ ନ ଥିଲା। କିନ୍ତୁ ବୁଲ୍‌ବୁଲ୍‌ ପକ୍ଷୀଟି ନିୟମିତ ଉକ୍ତ ପ୍ରକୋଷ୍ଠକୁ ଯାଉଥିଲା ଓ ସଭରକରଙ୍କୁ ପିଠିରେ ବସାଇ ନେଇଯାଉଥିଲା ବୋଲି ନୂଆ ପାଠ୍ୟପୁସ୍ତକରେ ଉଲ୍ଲେଖ ରହିଛି।

ଏଭଳି ଏକ ବିବାଦୀୟ ଓ ମନଗଢ଼ା ପ୍ରସଙ୍ଗକୁ ସ୍କୁଲ ବହିରେ ସ୍ଥାନ ଦେବା ପରେ ଏହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସାବରକରଙ୍କ ଭୂମିକା ରହି ଆସିଛି ବୋଲି ଭାଜପା ବିଚାରଧାରାର ପଥପ୍ରଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସବୁବେଳେ ଦାବି କରି ଆସିଛି। ସେଥିପାଇଁ ନିକଟରେ କର୍ଣ୍ଣାଟକର ବିଜେପି ସରକାର ସାବରକରଙ୍କ ବିଷୟକୁ ସ୍କୁଲ ବହିରେ ସ୍ଥାନିତ କରିଛନ୍ତି। ଏହା ପରେ ଏହି ଲେଖାକୁ ନେଇ ବିବାଦ ଦେଖା ଯାଇଛି।

Related Posts