ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ: ମେଡିକାଲ ପରିସରରୁ ବ୍ୟାଗ୍‌ରେ ନବଜାତ ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମେଡିକାଲ ପରିସରରୁ ନବଜାତ ଉଦ୍ଧାର ହେଇଛି । ଜନ୍ମ ପରେ ନବଜାତକୁ ବ୍ୟାଗ୍‌ରେ ଫିଙ୍ଗି ଦେଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା ବେଳେ କେତେକ ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗକୁ କେହିନନେବାରୁ ଲୋକେ ଖୋଲି ଦେଖିଥିଲେ । ବ୍ୟାଗ ଭିତରେ ଏକ ନବଜାତକ ଥିବା ଦେଖିଥିଲା । ଏନେଇ ସ୍ଥାନୀୟଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ବ୍ୟାଗ ଖୋଲିବା ପରେ ଏକ ନବଜାତକର ମୃତଦେହ ମିଳିଥିଲା । ବିଳମ୍ବିତ ରାତି ସମୟରେ କେହି ନବଜାତକକୁ ବ୍ୟାଗରେ ଭର୍ତ୍ତି କରି ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ଛାଡିଥିବା ଅନୁମାନ କରାଯାଉଛି

Related Posts