ସାହୁବାବୁ ! ଟଙ୍କା ଦେବେ କେବେ ?

କୋଭିଡ୍-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ନିଷ୍ପତ୍ତିକୁ ଏହା ମଧ୍ୟରେ ସ୍ତଗିତ ରଖିଛନ୍ତି। ଦୁଇସପ୍ତାହ ତଳେ କରୋନା ତାର କାୟା ବିସ୍ତାର କଥା ଜାଣି ମଧ୍ୟ ସରକାର ଜାରୀ କରିଥିବା ନିର୍ଦ୍ଦେଶକୁ କାହିଁକି ସ୍ତଗିତ କଲେ ଏବଂ ଏଭଳି ହଟାତ୍ ୟୁ ଟର୍ଣ୍ଣ ପଛର କାରଣ କ’ଣ ହୋଇପାରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିରୋଧି ଦଳ ନେତା ପ୍ରଦୀପ ନାୟକ ଏହାକୁ ନିନ୍ଦା କରିବା ସହ କାଳିଆ ଟଙ୍କା ହାତେଇଥିବା ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଛାଡ କରାଯାଉ ବୋଲି ଦାବି କରିଛନ୍ତି। ଯଦି ସରକାର ପ୍ରକୃତରେ ଦଣ୍ଡିତ କରିବାକୁ ଚାହୁଁଛନ୍ତି ପ୍ରଥମେ ଯେଉଁ ସରକାରୀ ଅଧିକାରୀଙ୍କ ପାଇଁ ଏଭଳି ତୃଟି ହେଲା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କହିଛନ୍ତି। କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ମଧ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ତିବ୍ର ସମାଲୋଚନା କରି କହିଛନ୍ତି ରାଜ୍ୟ ସରକାର ଟଙ୍କା ଫେରସ୍ତ କରିବା ଛାଡି ବାକି ରହି ଯାଇଥିବା ହିତାଧିକାରୀଙ୍କୁ କେବେ କାଳିଆ ଟଙ୍କା ମିଳିବ ତାହା ସ୍ପଷ୍ଠ କରନ୍ତୁ।

ତୃତୀୟ କିସ୍ତିରେ ୧୬ ଲକ୍ଷ ୩୯ ହଜାର ୪୦୨ ଜଣ ଭୂମିହୀନ ଚାଷୀ ପରିବାର ପିଛା ୨୫୦୦ ଟଙ୍କାର ସହାୟତା କୁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଦେବେନାହି ବୋଲି ନିଷ୍ପତ୍ତି ନେଇଛନ୍ତି। ଏପରି ସ୍ଥିତିରେ ତୃତୀୟ କିସ୍ତି ବାବଦକୁ ଏହି ସହାୟତା ରାଶି ଚାଷୀଙ୍କୁ ନା ମିଳିବାର ସମ୍ଭାବନା ଦେଖାଦେଇଛି।
ସୁଚନାଥାଉକି ଗତ ସପ୍ତାହରେ ସତ୍ୟପାଠ ପକ୍ଷରୁ କାଳିଆ ଘୋଟଲା ର ଯେଉଁ ଖୁଳାସା କରାଯାଇଥିଲା ସେଥିରେ ତଥ୍ୟ ସହ ଯେଉଁ ସୂଚନା ଦିଆଯାଇଥିଲା ସେଥିରେ ଜୁଲାଇ ମାସ ୩ ତାରିଖରେ ହୋଇଥିବା ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାଳିଆ ଯୋଜନା ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ୧୬,୩୯,୪୦୨ ଭୂମିହୀନ ଚାଷୀଙ୍କୁ ଦିଆଯିବାକୁ ଥିବା ୪୦୯ କୋଟି ଟଙ୍କା ସହାୟତା ରାଶି କୁ ଚଳିତ ବର୍ଷ ଦିଆଯିବ ନାହିଁ।
ଯଦି ବାସ୍ତବରେ ସରକାର କରୋନା ମହାମାରୀ ଯୋଗୁଁ ଚାଷୀଙ୍କ ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ତେବେ ୩ୟ କିସ୍ତି ଟଙ୍କା ନା ଦେଇ ଚୁପ୍ ବସିପଡିଲେ କାହିଁକି।

ଏଠାରେ ପ୍ରଶ୍ନ ଉଠୁଛି ଏଭଳି ଅଭାବନୀୟ ସ୍ଥିତି କାହିଁକି ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳୁଛି। ଡାହାଣୀ ହୋଇ ସବାର୍ ହେବା ଆଉ ନିଜେ ଗୁଣିଆ ହୋଇ ଝାଡିବାରେ ଧୁରନ୍ଦର ରାଜ୍ୟ ସରକାର ଏକ ଭଲ ଉପାୟ ଏବେ ଆପଣେଇଛନ୍ତି। ପ୍ରଥମେ ଲୋକଙ୍କ ପାଖରୁ ସ୍ବାର୍ଥ ସାଧନ ପାଇଁ ଯାଚିକରି ଅର୍ଥ ଦେବେ ଆଉ କାର୍ଯ୍ୟ ସିଦ୍ଧିପରେ ଅଯୋଗ୍ୟ କହି ସର୍ବସାଧାରଣରେ ଅପଦସ୍ତ କରିବେଏବଂ ଟଙ୍କା ଫେରସ୍ତ ପାଇଁ ତାଗିଦ୍ କରିବାପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାରି ମଧ୍ୟରେ କାଳିଆର ଦ୍ବିତୀୟ ପର୍ଯ୍ୟାୟରେ ପାଇବାକୁ ଥିବା ହିତାଧିକାରୀଙ୍କ କଥା ସରକାର ପୁରାପୁରି ଭୁଲିଗଲେଣି। ମାନ୍ୟବର କୃଷିମନ୍ତ୍ରୀ ଡ ଅରୁଣ ସାହୁ ରାଜ୍ୟବାସୀଙ୍କୁ ଜବାବ ଦେବେକି ନୂଆ କାଳିଆ ହିତାଧିକାରୀଙ୍କୁ କେବେ ଟଙ୍କା ଦେବେ ? ଶୁଣିବାକୁ ମିଳୁଛି କେନ୍ଦ୍ର ସରକାର କିଶାନନିଧି ଯୋଜନାରେ ଏହା ମଧ୍ୟରେ କୃଷକଙ୍କୁ ଷଷ୍ଠ କିସ୍ତି ଦେଇ ସାରିଲେଣି ଯାହାକୁ ଦେଖି ସରକାର ତତକ୍ଷଣାତ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯୋଜନା ପଛରେ ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କଲେ ଏଭଳି ସ୍ଥିତି ଉପୁଜେ ବୋଲି ଆଲୋଚନା ହେଉଛି।

ସରକାର ନିଜେ ୩ ଲକ୍ଷ ୫୧ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହୋଇଥିବା କଥା କହୁଥିବା ବେଳେ ୫୦ ହଜାରଙ୍କ ନିକଟକୁ କାହିଁକି ନୋଟିସ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ସମଗ୍ର ରାଜ୍ୟରେ କରୋନା ଗତ ୪ମାସ ଧରି ତାର କାୟା ମେଲାଇ ଥିଲେବି ସରକାର ଅର୍ଥ ଫେରସ୍ତ ସମ୍ପର୍କରେ ନୋଟିସ କରିବା ବେଲେ ଜାଣିପାରିଲେ ନାହିଁ କେମିତି ? କୁଆଡେ ଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏ ନିର୍ବାଚନ ପୂର୍ବରୁ ରାଜ୍ୟସାରା ବୁଲିବୁଲି କାଳିଆ ସମ୍ପର୍କରେ ଡିଣ୍ଡିମ ପିଟୁଥିଲେ ଏପରିକି କେନ୍ଦ୍ର କିଶାନ ଯୋଜନାକୁ ମଧ୍ୟ ନାପସନ୍ଦ କରୁଥିଲେ। କରୋନା ଆଳରେ ସରକାର ଗୋଟିଏ ପଟେ ରାଜ୍ୟକୁ ଆର୍ଥିକ ସଙ୍କଟରୁ ବଞ୍ଚାଇବା ପାଇଁ ଖର୍ଚ୍ଚକାଟ ସହ କାଳିଆ ଟଙ୍କା ଫେରସ୍ତ ପାଇଁ ନିଷ୍ପତ୍ତି ନେଇ ପାରୁଛନ୍ତି ଅଥଚ ଦଳୀୟ ନେତା ମନ୍ତ୍ରୀ ବିଧାୟକମାନେ କିନ୍ତୁ ଅନାବଶ୍ୟକ ଭାବରେ ହେଲିକ୍ୟାପ୍ଟରରେ ରାଜ୍ୟସାରା ବୁଲିବୁଲି କରୋନା ସମୀକ୍ଷା କରୁଛନ୍ତି। ସରକାର ଏଭଳି ଲୁଚକାଳିରୁ ବିରତ ରହି ବଦ୍ ପଡିଥିବା ରାଜ୍ୟର ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରନ୍ତୁ। ମୁଁ ଥିବା ଯାଏ କାଳିଆ ଟଙ୍କା ବନ୍ଦ ହେବନାହିଁ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଏବେ ନିରବତା ଭାଙ୍ଗି ରାଜ୍ୟବାସୀଙ୍କୁ ଜବାବ୍ ଦେବା ଦରକାର ନଚେତ୍ କୃଷକଙ୍କ ଆକ୍ରୋଷ ଭବିଷ୍ୟତରେ ସରକାରଙ୍କ ପାଇଁ ଖୁବ୍ ମହଙ୍ଗା ପଡିପାରେ।

Related Posts