ନିଜ ପାଖରେ ଅସ୍ତ୍ର ରଖିବାକୁ ମୁମ୍ବାଇ ପୁଲିସକୁ ଅନୁମତି ମାଗିଲେ ସଲମାନ ଖାନ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ଏନେଇ ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିଲେ ମଧ୍ୟ ସେ ନିଜ ସୁରକ୍ଷା ପାଇଁ ନିଜ ପାଖରେ ଅସ୍ତ୍ର ରଖିବାକୁ ମୁମ୍ବାଇ ପୁଲିସ ଠାରୁ ଅନୁମତି ମାଗିଛନ୍ତି ।

ନିଜ ସୁରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଲାଇସେନ୍ସ ଦେବାକୁ ସଲମାନ ମୁମ୍ବାଇ ପୁଲିସ ପାଖରେ ଆବେଦନ କରିଛନ୍ତି।

ଗତ ମାସରେ ସଲମାନ ଖାନ ଓ ତାଙ୍କ ବାପା ସଲୀମ ଖାନଙ୍କୁ ହତ୍ୟା କରାଯିବା ନେଇ ବ୍ରାନ୍ଦ୍ରାର ବେଣ୍ଡଷ୍ଟାଣ୍ଡ ପ୍ରୋମେନାଡରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାପରେ ମହାରାଷ୍ଟ୍ର ସରକାର ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ତେବେ ଏହି ଘଟଣା ପରେ ନିଜ ସୁରକ୍ଷା ପାଇଁ ପାଖରେ ଅସ୍ତ୍ର ରଖିବାକୁ ପୁଲିସ ପାଖରେ ଲାଇସେନ୍ସ ପାଇଁ ଆବଦେନ କରିଥିବା ସୂଚନା ମିଳିଛି।

ଧମକପୂର୍ଣ୍ଣ ଚିଠି ନେଇ ଆଜି(ଜୁଲାଇ ୨୨) ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକର ଆଦି ସଲମାନ ଖାନ ଓ ତାଙ୍କ ବାପାଙ୍କୁ ଭେଟିଛନ୍ତି। ଏତିକିବେଳେ ସଲମାନ ଅସ୍ତ୍ର ପାଇଁ ଲାଇସେନ୍ସ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।

ଜୁନ ୫ ତାରିଖରେ ସଲମାନ ଖାନ୍‌ଙ୍କ ବାପା ସଲୀମ ଖାନ ବ୍ରାନ୍ଦ୍ରାର ବେଣ୍ଡଷ୍ଟାଣ୍ଡ ପ୍ରୋମେନାଡରେ ବୁଲୁଥିବା ବେଳେ ତାଙ୍କ ସୁରକ୍ଷା କର୍ମୀ ଏହି ଧମକପୂର୍ଣ୍ଣ ଚିଠ ପାଇଥିଲେ। ଏଥିରେ ସଲମାନ ଓ ତାଙ୍କ ବାପା ତଥା ଲେଖକ ସଲୀମ ଖାନ୍‌ଙ୍କୁ ବି ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ହତ୍ୟା ଧମକ ଦେଇଥିଲା। ଚିଠିରେ ଲେଖାଯାଇଥିଲା- ତୁମର ବି ମୁସେୱାଲା କରିଦେବୁ। ଅର୍ଥାତ ସିଦ୍ଧୁ ମୁସେୱାଲାଙ୍କ ଭଳି ତୁମକୁ ବି ହତ୍ୟା କରିବୁ।

Related Posts