ନିଜ ଅନ୍ତର ଆତ୍ମା କଥା ଶୁଣି ଦ୍ରୌପଦୀଙ୍କୁ ଭୋଟ ଦେଇଥିବାରୁ ଆରଜେଡି ବିଧାୟକଙ୍କୁ ଧନ୍ୟବାଦ୍ ଦେଲେ ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସୱାଲ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ବିହାର ବିଜେପି ସହିତ ଏନ୍‌ଡିଏ ର ସମସ୍ତ ଦଳ ଉତ୍ସାହିତ ଅଛନ୍ତି। ଏହା ଭିତରେ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରେ ମତଦାନ କରିବା ପାଇଁ ବିହାର ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୮ ଜଣ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି, ବିହାର ବିଜେପି ଅଧ୍ୟକ୍ଷ ଏବଂ ସାଂସଦ ସଞ୍ଜୟ ଜୟସୱାଲ୍ ନିଜର ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ୍‌ କରି ଲେଖିଛନ୍ତି, ଆରଜେଡିର ସେହି ସବୁ ୮ ବିଧାୟକଙ୍କୁ ମଧ୍ୟ ଅନେକ ଧନ୍ୟବାଦ, ଯିଏକି ନିଜ ଅନ୍ତରଆତ୍ମା କଥା ଶୁଣି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିହାରର ଶାସକ ପକ୍ଷ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଆରଜେଡି ନେତା ତେଜସ୍ବୀ ଯାଦବ ଏନ୍‌ଡିଏ ପ୍ରାର୍ଥୀଙ୍କ ମୂର୍ତ୍ତି କରିଥିଲେ। ଏହାପରେ ରାଜ୍ୟ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଓ ତେଜସ୍ବୀ ଶାସକ ଦଳର ସିଧା ଟାର୍ଗେଟକୁ ଆସିଛନ୍ତି। ଏହା ଭିତରେ ମୁର୍ମୁଙ୍କ ବିଜୟ ପରେ ବିଜେପି ନେତାଙ୍କ ବ୍ୟତୀତ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related Posts