ଏବେ ଅଣ୍ଡା ବି ରେଡିମେଡ୍‌, ବଜାରରେ ମିଳିବ ଲୁଣିଆ ଅଣ୍ଡା

ଅଣ୍ଡା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଭଲ ଖବର । ସିଝା ଅଣ୍ଡା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କୁ ଏବେ ମିଳିଯିବ ଅଣ୍ଡା ତାହା ପୁଣି ରେଡି ମେଡ୍‌ । ଅର୍ଥାତ୍‌ ବଜାରକୁ ଏବେ ଏମିତି ଅଣ୍ଡା ଆସିବ ଯେଉଁଥିରେ ପୂର୍ବରୁ ଲୁଣ ପଡ଼ିଥିବ । କଥାଟିକୁ ସରଳ ଭାବେ ବୁଝିଲେ, ସିଝା ଅଣ୍ଡାରେ ଅଳ୍ପ ଲୁଣ ପକାଇ ଖାଇବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଏବେ ଏମିତି ଅଣ୍ଡା ମିଳିବ ଯେଉଁଥିରେ ଆଉ ଲୁଣ ପକାଇବାକୁ ପଡ଼ିବ ନାହିଁ ।

ସେଣ୍ଟ୍ରାଲ୍‌ ଆଭିଏସନ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟଟ୍‌(CARI)ର ଗବେଷକମାନେ ଲୁଣିଆ ଅଣ୍ଡା ବିକଶିତ କରିବାର ଉପାୟ ବାହାର କରିଛନ୍ତି । ଗବେଷକମାନେ ଅଣ୍ଡାରେ କମ୍‌ ପରିମାଣର ଲୁଣ ପକାଇଥିଲେ । ଅଣ୍ଡା ଭିତରେ ଥିବା କେଶର ବା ହଳଦିଆ ଅଂଶରେ ବି ଲୁଣ ପକାଯାଇଥିଲା ।

ଏହି ଅଣ୍ଡାକୁ ଆପଣ ସିଝେଇ ଖାଇପାରିବେ । ସେଥିରେ ଆଉ ଲୁଣ ପକାଇବା ଦରକାର ପଡ଼ିବ ନାହିଁ । ଏହି ଲୁଣିଆ ଅଣ୍ଡା ପୁରା ସାଧାରଣ ଅଣ୍ଡା ଭଳି । କିନ୍ତୁ ଏହା ଆପଣଙ୍କ ନିକଟସ୍ଥ ବଜାରରେ ଉପଲବ୍ଧ ହେବାକୁ ଆଉ କିଛି ଦିନ ଲାଗିବ । CARIର ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସିଝା ଅଣ୍ଡାକୁ ୨୪ ଘଣ୍ଟା ଯାଏଁ ରଖିଲେ ବି ତାହା ଖରାପ ହୁଏ ନାହିଁ ।

Related Posts