ସମ୍ବଲପୁରରେ ସଂକ୍ରମଣ ହାର ସାରା ଦେଶରେ ସର୍ବାଧିକ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏପରି ସ୍ଥଳେ ସମ୍ବଲପୁର ଦେଶର ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି ଯେଉଁଠାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଏହା ସହ ଦେଶର ମୋଟ ୧୫ ଟି ଜିଲ୍ଲା ଆସନ୍ତା ୧ ତାରିଖରୁ ସପ୍ତାହରେ ୫୦% ରୁ ଅଧିକ ରେକର୍ଡ କରାଯାଇଛି । ଶନିବାର ଦିନ ସମ୍ବଲପୁର ଜିଲ୍ଲାରୁ 533 ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟର 19 ଟି ଜିଲ୍ଲାରେ ପଜିଟିଭିଟି ହାର 20% ରୁ ଅଧିକା ରହିଛି । ଅନ୍ୟପଟେ ସମ୍ବଲପୁରରେ 1,020 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 544 ଟି ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ମୋଟ ପଜିଟିଭ ହାରକୁ 53.33% କୁ ପହଞ୍ଚିଛି । ଏହା ସହ ଛତିଶଗଡ ଏବଂ ଝାଡଖଣ୍ଡ ନିକଟରେ ରହିଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ 83 ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । ଓଡ଼ିଶାର ସମ୍ବଲପୁର ଜିଲ୍ଲା ହେଉଛି ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ର ହବ୍ । ସମ୍ବଲପୁରରେ ଅନେକ ରାଜ୍ୟ ତଥା ଜାତୀୟ ସ୍ତରୀୟ କଲେଜ ଏବଂ ବିଶ୍ୱବିଦ୍ୟାଳୟ ରହିଛି | ତେବେ ଦିନକୁ ଦିନ ବଢୁଥିବା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Related Posts