ସାମି ଓ ସିରାଜଙ୍କ ଘାତକ ବୋଲିଂ; ୫୫ ରନରେ ଶ୍ରୀଲଙ୍କା ଅଲଆଉଟ୍, ୩୦୨ ରନରେ ଭାରତର ବିଶାଳ ବିଜୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପ୍‌ର ୩୩ତମ ଲିଗ ମ୍ୟାଚ୍‌ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିଲା। ଆଜିର ମ୍ୟାଚରେ ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୮ ରନର ଲକ୍ଷ୍ୟ ରହିଥିଲା।ହେଲେ ଭାରତର ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ କରିଥିଲା । ଫଳରେ ଭାରତ ଆଜିର ମ୍ୟାଚକୁ ୩୦୨ ରନରେ ଜିତି ନେଇଛି।

ଶ୍ରୀଲଙ୍କା ପକ୍ଷରୁ ପଥୁମ୍‌ ନିଶଙ୍କା, ଦିମୁଥ କରୁଣାରତ୍ନେ, ସଦିରା ସମରବିକ୍ରମା, ଦୁଷ୍ମନ୍ତ ଚାମୀରା, ଡୁସାନ ହେମନ୍ଥା କୌଣସି ରନ ନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ ଓ ଚରିଥ ଆଶାଲଙ୍କା ଊଭୟ ୧ ରନ ଲେଖାଏଁ କରି ଆଉଟ ହୋଇଥିଲେ। ଆଞ୍ଜୋଲା ମାଥ୍ୟୁସ୍‌ ୨୫ ବଲରେ ୧୨ରନ କରି ଆଉଟ ହୋଇଥିଲେ। କାସୁନ୍‌ ରଜିଥା ୧୭ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମହୀଶ ତୀକ୍ଷଣା ୨୩ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଲ୍‌ସାନ ମଦୁଶଙ୍କା ୬ ବଲରେ ୫ ରନ କରି ଆଉଟ ହୋଇଥିଲେ

ଭାରତ ପକ୍ଷରୁ ମହମ୍ମଦ ସାମି ୫ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିଲେ। ଯଶପ୍ରୀତ୍‌ ବୁମ୍‌ରା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Related Posts