ଅନଲାଇନ ମାଧ୍ୟମରେ ‘ନୂଆଁଖାଇ ଜୁହାର୍’ ଭେଟ ପାଇଁ ବାଲୁକା ଶିଳ୍ପୀଙ୍କ ଉଦ୍ୟମ

ସତ୍ୟପାଠ ବ୍ୟୁରୋ : ମହାମାରୀ ପାଇଁ ପ୍ରାଶାସନିକ କଟକଣା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପରେ ପ୍ରଭାବ ପଡ଼ିବା ନୂଆଁଖାଇ ଦିନ ଏବଂ ତାର ପରଦିନ ଘରୁନବାହାରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ତେଣୁ ଅନ୍‌ଲାଇନ୍‌ରେ ନୂଆଁଖାଇ ଜୁହାର ହେବାପାଇଁ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଯୁବ ବାଲୁକାଶିଳ୍ପୀ ଓମ୍ପ୍ପ୍ରକାଶ ସାହୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ସେ ବାଲୁକାଚିତ୍ର ମାଧ୍ୟମରେ ଚିତ୍ରଆଙ୍କି ଜନସଚେତନତା ପାଇଁ ଉଦ୍ୟମ କରିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ ବାଲୁକା ଶିଳ୍ପୀ ଜଣକ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡଙ୍ଗର୍ ମୁଣ୍ଡା ଗାଁର ଅଟନ୍ତି । ସେ ବର୍ତ୍ତମାନ ପେଷାରେ ବଲାଙ୍ଗିର ଜିଲ୍ଲାରେ ଶିକ୍ଷକତା କରୁଛନ୍ତି । କିନ୍ତୁ ନିଶା ତାଙ୍କର ବାଲୁକା କଳା ଭାବେ ବାଛି ନେଇଛନ୍ତି । ସେ ଅନେକ ସମୟରେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇ ଆନନ୍ଦ ପାଆନ୍ତି ବୋଲି କହିଛନ୍ତି । ଜୁହାର୍ ଭେଟ ପାଇଁ ପରସ୍ପର ନିକଟତର ହୁଅନ୍ତି ଏଣୁ ଏହି ବାଲୁକା କଳା ଦ୍ୱାରା ସେ କରୋନାରୁ ଵର୍ତ୍ତିବା ପାଇଁ ସାମାଜିକ ଦୂରତା ପାଳନ ପାଇଁ ମଧ୍ୟ କହିଛନ୍ତି ।

 

Related Posts