ଦୂତିଙ୍କୁ ମିଳିଳା ଅର୍ଜୁନ୍ ପୁରସ୍କାର

ଚଳିତ ବର୍ଷ ମର୍ଯ୍ୟଦାଜନକ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦୂତିଙ୍କ ନାମରେ ମୋହର ମାରିଛି । ଦୌଡ଼ରାଣୀ ଦୂତିଚାନ୍ଦ ଚଳିତ ବର୍ଷ ସମଗ୍ର ଦେଶରୁ ଯୋଗ୍ୟ ବିବେଚିତ ୨୭ ଜଣଙ୍କ ମଧ୍ୟରୁ ଅନ୍ୟତମ । ଦୂତିଙ୍କ ସମେତ କ୍ରିକେଟର ଇଶାନ୍ତ ଶର୍ମା,ଦିପ୍ତୀ ଶର୍ମା ଏବଂ ବନ୍ଧୁକ ଚାଳକ ମନୁ ଭାକର୍ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଅଗଷ୍ଟ ୨୯ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଏହି କ୍ରୀଡ଼ାବିତ୍ ମାନେ ଭରଚୁଆଲ ମୋଡ଼ରେ ପୁରସ୍କାର ଗ୍ରହଣ କରିବେ ।

ଏଠାରେ ସ୍ମରଣଯୋଗ୍ୟ ଯାଜପୁର ଜିଲ୍ଲା ଗୋପାଳପୁର ନିବାସୀ ଦୂତିଚାନ୍ଦ ତୃତୀୟ ଭାରତୀୟ ମହିଳା ଭାବରେ ୨୦୧୬ ଅଲମ୍ପିକ୍‌ରେ ଅଶଂଗ୍ରହଣ କରିଥିଲେ । ଅନେକ ପୁରସ୍କାରର ଅଧିକାରୀଣି ଦୂତିଙ୍କ ଏହି ସଫଳତାରେ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Posts