ବାଲି ମାଫିଆଙ୍କ ଦାଦାଗିରି

ଝାରସୁଗୁଡ଼ାରେ ବାଲି ମାଫିଆଙ୍କ ଗୁଣ୍ଡାଗିରି । ମାଫିଆଙ୍କ କବ୍‌ଜାରେ ସହରରେ ଥିବା ବିଭିନ୍ନ ନଦୀର ବାଲିଘାଟ । ବିନା ଲିଜ୍‌ରେ ପ୍ରଶାସନର ଆଖିରେ ଅଙ୍ଗୁଳି ଗେଞ୍ଜି ଲୁଟ୍‌ କରୁଛନ୍ତି କୋଟି କୋଟି ଟଙ୍କାର ବାଲି । ଯାଞ୍ଚ କରିବା ବେଳେ ପୋଲିସକୁ ଦେଉଛନ୍ତି ଖୋଲା ଧମକ ।  ଏପରିକି ବେଆଇନ ବାଲି ଗାଡ଼ିକୁ ଅଟକ ରଖିବାବେଳେ ପୋଲିସ କର୍ମଚାରୀଙ୍କୁ ତାଙ୍କ ନାଁ ପଚାରିବା ସହ କେତେ ଟଙ୍କା ନେବ କୁହ ଆଉ ଏଠୁ ଯାଅ । ଗାଡ଼ି ଅଟକାଇଲେ ଅସୁବିଧା ହୋଇଯିବ ବୋଲି ଧମକ ଦେଉଛି ବାଲି ମାଫିଆ ।

ସୂଚନା ମୁତାବକ ସୋମବାର ରାତିରେ ଝାରସୁଗୁଡ଼ା ଜିଲ୍ଲା ବଢେଇମୁଣ୍ଡା ଛକରେ ବାଲି ଗାଡ଼ିକୁ ଅଟକାଇବାରୁ ଜଣେ କନେଷ୍ଟବଳଙ୍କୁ ବାଲି ମାଫିଆ ଖୁଲମ ଖୁଲା ଧମକ ଦେଉଛନ୍ତି । ତାଙ୍କର ଗାଡିକୁ ଯଦି ଅଟକାଯାଏ ତେବେ ସେ କାହାରିକୁ ଛାଡିବେ ନାହିଁ ବୋଲି କହୁଛନ୍ତି । ସିଏ ନିଜକୁ ସୌରଭ ପଟେଲ ବୋଲି ପରିଚୟ ଦେଇ ନିଜେ ଭିଡିଓ ମଧ୍ୟ ରେକର୍ଡିଂ କରି ଭାଇରାଲ କରିଛନ୍ତି । । ଆଉ ଦିନେ ଯଦି ସୌରଭ ପଟେଲର ଗାଡି ଅଟକାଇେ ତେବେ ମୋତେ ଚିହ୍ନିବ । ଆଇଆଇସିଙ୍କଠରୁ ଆରମ୍ଭ କରି ଏସ୍‌ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ବି ପଛାଇନାହିଁ ବାଲି ମାଫିଆ । ପୋଲିସକୁ ନିଜ ପକେଟରେ ରଖିବା ଭଳି କେତେ ଖର୍ଚ୍ଚ ପାଣି ଦରକାର କୁହ 200, 400, 500 କି  5 ହଜାର । ଏଭଳି କହୁଛନ୍ତି ମାଫିଆ । ଗତକାଲି ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ଯାହା ଝାରସୁଗୁଡା ଅଞ୍ଚଳରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଦେଇଛି । । ଝାରସୁଗୁଡା ଜିଲାରେ ବାଲି ମାଫିଆ ମାନେ ବେଆଇନ ଭାବରେ ମେସିନ ଲଗାଇ ବିପୁଳ ପରିମାଣରେ ନଦୀର ବାଲି ଉଠାଇବା ସହ ଜମା ରଖୁଛନ୍ତି । ଏହା ସହ ରାତିରେ ଚଢା ଦରରେ ବାଲି ବିକ୍ରି କରୁଛନ୍ତି । କୌଣସି ବାଲିଘାଟ କି ଖଣି ଏମାନେ ଲିଜ ନେଇ ନାହାନ୍ତି । ବେଆଇନ ଭାବେ ବିଭିନ୍ନ ନଦୀରୁ ବାଲି ଉଠାଇ କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି । ଏହାକୁ ଲଗାମ ଲଗାଇବାକୁ ପୋଲିସ ଯାଞ୍ଚ କରୁଛି । ଏଥିରେ ଉତକ୍ଷିପ୍ତ ହୋଇ ବାଲିଆ ମାଫିଆ ଶେଷରେ ପ୍ରଶାସନକୁ ଧମକ ଦେବକୁ ପଛାଇ ନାହିଁ ।

ତେବେ ଏହି ଭିଡିଓ ଭାଇରାଲ ହେବାପରେ ଝାରସୁଗୁଡା ଆରକ୍ଷୀ ଅଧ୍ୟକ୍ଷକ ଅଶ୍ବନୀ କୁମାର ମହାନ୍ତି ତାଙ୍କ ପାଖରେ ଚୋରା ବାଲି ଚାଲଣ ନେଇ ଖବର ନଥିବା କହିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅବଗତ ହୋଇଛି । ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି । ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ସେହିପରି ତହସିଲଦାର କହିଛନ୍ତି ଆମେ ମାଫିଆଙ୍କ ଉପରେ ଚଢାଉ କରୁଛୁ । ଯେଉଁ ସୌରଭ ପଟଲେ ଭିଡିଓରେ ଧମକ ଦେଉଛନ୍ତି ସେହି ନାଁରେ ଆମେ କାହାକୁ ବାଲି ଘାଟ ଲିଜରେ ଦେଇନାହୁଁ । ଏହା ବେଆଇନ କାମ । ଘଟଣାର ତଦନ୍ତ କରୁଛୁ ଏବଂ ଖୁବ୍‌ ଶୀଘ୍ର ଦୋଷୀକୁ ଦଣ୍ଡ ମିଳିବ ବୋଲିସ ତହସିଲଦାର କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଜଣେ ବାଲି ମାଫିଆ ପ୍ରଶାସନକୁ ଖୋଲା ଧମକ ଦେବାକୁ ସାହସ କଲା କାହିଁକି ?

ବାଲି ମାଫିଆ ପଛରେ କୌଣସି ପାୱାରଫୁଲ ଲୋକର ହାତ ନାହିଁ ତ ?

ପୁରା ବାଲି ମାଫିଆଗିରିରେ କୌଣସି ରାଜନେତାଙ୍କର ସମ୍ପୃକ୍ତି ଅଛି କି ?

ଝାରସୁଗୁଡ଼ାରେ ବେଆଇନ ବାଲି ଚୋରା ଚାଲାଣ କେବେଠାରୁ ଚାଲିଛି ?

କୋଟି କୋଟି ଟଙ୍କାର ରାଜସ୍ବ ଲୁଟୁଥିବା ମାଫିଆଙ୍କ ବିରୋଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବ ?

ଜିଲ୍ଲା ପ୍ରଶାସନ ମାଫିଆମାନଙ୍କୁ ତୁରନ୍ତ ଗିରଫ କରିବାକୁ ଝାରସୁଗୁଡ଼ାବାସୀ ଦାବି କରିଛନ୍ତି ।

Related Posts