୩୪ ଏକର ଜାଗା ଭିତରେ ସୀମିତ ରହିବ ବାଲିଯାତ୍ରା: ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ

କଟକ : ଦୁଇ ବର୍ଷ ପରେ ବେଶ୍ ଧୁମଧାମରେ ହେବ ବାଲିଯାତ୍ରା । ଏନେଇ ଗ୍ରୀନ ସିଗ୍ନାଲ ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୩୪ ଏକର ଜାଗା ଭିତରେ ସୀମିତ ରହିବ ବାଲିଯାତ୍ରା । ବାଲିଯାତ୍ରାକୁ ସଂପ୍ରସାରିତ କରିବାକୁ ହେଲେ ଅନୁମତି ଲୋଡା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ମହାନଦୀ ପଠାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଇପାରିବ ନାହିଁ ବୋଲି NGT ନିର୍ଦ୍ଦେଶ ଦେଇଛନ୍ତି ।

Related Posts