ଲୋକସଭା ବାଚସ୍ପତିଙ୍କୁ ଭେଟି ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କଲେ ସଞ୍ଜୟ ରାଉତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ସାଂସଦ ସଞ୍ଜୟ ରାଉତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ରାଉତ ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଲୋକସଭାରେ ୧୨ ଶିବସେନା ସାଂସଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି।ବାଚସ୍ପତିଙ୍କ ସହ ଆଲୋଚନା ପରେ ସଞ୍ଜୟ ରାଉତ ଗଣମାଧ୍ୟମକୁ ଭେଟିଥିଲେ। ଏହି ସାକ୍ଷାତକାରରେ ସେ ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କରିଥିବା କହିଛନ୍ତି।

ସୂଚନା ଅନୁସାରେ ଲୋକସଭାରେ ଶିବସେନାର ଏହି ୧୨ ଜଣ ସାଂସଦ ରାହୁଲ ଶିଭାଲେଙ୍କୁ ସେମାନଙ୍କ ନେତା ଘୋଷଣା କରିଥିଲେ। ଏହା ଛଡା ସେମାନେ ଭାବନା ଗବାଲୀଙ୍କୁ ଦଳର ମୁଖ୍ୟ ସଚେତକ ବୋଲି କହିଥିଲେ। ସେମାନଙ୍କ ଦାବି ଅନୁସାରେ ଲୋକସଭା ଅଧ୍ୟକ୍ଷ ସିଭାଲେଙ୍କୁ ଲୋକସଭାରେ ଶିବସେନା ନେତା ରୂପେ ମାନ୍ୟତା ଦେଇଛନ୍ତି।

Related Posts