ମୋତେ ସୁରକ୍ଷା ଯୋଗାଇ ଦେବାକୁ ମୋଠାରୁ ୧୦ କୋଟି ଟଙ୍କା ନେଇଥିଲେ ସତ୍ୟେନ୍ଦ୍ର‌ ଜୈନ୍‌: ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଏବେ ଜେଲ୍‌‌ରେ ଅଛନ୍ତି ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର । ତେବେ ଏହି ସମୟରେ ସେ ଦିଲ୍ଲୀ ଏଲ୍‌-ଜି ଭିକେ ସକ୍ସେନାଙ୍କୁ ଏକ ପତ୍ର ଲେଖିଛନ୍ତି। ସେହି ପତ୍ରରେ ସୁକେଶ ଉଲ୍ଲେଖ କରିଛନ୍ତି ‌ଯେ ସେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର‌ ଜୈନ୍‌ ‌ମୋତେ ସୁରକ୍ଷା ଯୋଗାଇ ଦେବାକୁ ମୋଠାରୁ ୧୦ କୋଟି ଟଙ୍କା ନେଇଥିଲେ।

ସୁକେଶ ତାଙ୍କ ପତ୍ରରେ ଆହୁରି ବି ଉଲ୍ଳେଖ କରିଛନ୍ତି ଯେ ସେ ଉକ୍ତ ଆପ୍‌ ନେତାଙ୍କୁ ୨୦୧୫ ମସିହାରୁ ଜାଣନ୍ତି। ସେ ସବୁଦାୟ ୫୦ କୋଟି ଟଙ୍କା ଆପ୍‌କୁ ଦେବ‌ା କଥା ତାଙ୍କ ପତ୍ରରେ ସେ ଲେଖିଛନ୍ତି।

ସେ ଆହୁରି ବି ଲେଖିଛନ୍ତି ଯେ ‘୨୦୧୭ ମସିହାରେ ମୁଁ ଗିରଫ ହୋଇ ତିହାର ଜେଲ୍‌ରେ ଥିଲି। ସେହି ସମୟରେ ମୁଁ ସେ ସମୟରେ ଜେଲ୍‌ ବିଭାଗର ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକାଧିକ ବାର ସାକ୍ଷାତ୍‌ କରିଛି। ୨୦୧୯ ମସିହାରେ ମୋର ପୁଣି ଥରେ ତାଙ୍କ ସହ ସାକ୍ଷାତ୍‌ ହେଲା। ସେ ସମୟରେ ତାଙ୍କ ସେକ୍ରେଟେରି ମୋତେ ଜେଲ୍‌ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ମାସକୁ ୨ କୋଟି ଟଙ୍କା ମାଗିଥିଲେ। ସୁକେଶଙ୍କ ଓକିଲଙ୍କ ହାତରେ ଭିକେ ସକ୍ସେନାଙ୍କ ନିକଟକୁ ପଠା ଯାଇଥିବା ପତ୍ର ଏସବୁ କଥା ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ମାଣ୍ଡୋଲି ଜେଲ୍‌ରେ ଅଛନ୍ତି। ପୂର୍ବରୁ ସେ ତିହାର ଜେଲ୍‌‌ରେ ଥିଲେ

Related Posts