5T କେଉଁଠି? OPTCL ଓ GRIDCO ରେ ଡ଼ାଇରେକ୍ଟର ଫାଇନାନ୍ସ ନିଯୁକ୍ତି ପଛରେ ବଡ ସ୍କାମ୍ ; ସମୀର ସ୍ଵାଇଁ ଓ ଗଗନ ସ୍ବାଇଁଙ୍କ ଉପରେ ପ୍ରଶ୍ନ

ସତ୍ୟପାଠ ବ୍ୟୁରୋ, ୧୨/୦୧: ଓଡିଶl ପାୱାର ଟ୍ରାନସମିସନ୍ କର୍ପୋରେସନ ଲିମିଟେଡ ବା OPTCL ର ଡ଼ାଇରେକ୍ଟର ଫାଇନାନ୍ସ ସମୀର କୁମାର ସ୍ୱାଇଁ ଙ୍କୁ ହଠାତ୍ ରାତିଆଧିଆ ଚାକିରୀରୁ ବିଦା କରିବା ମାମଲା ଅଦାଲତରେ ଛିଡିନଥିବା ବେଳେ ଆଉ ଏକ ସଙ୍ଗୀନ ଘୋଟାଲା ସାମନାକୁ ଆସିଛି । ଡ଼ାଇରେକ୍ଟର ଫାଇନାନ୍ସ ସମୀର ସ୍ବାଇଁ ଙ୍କ ନିଯୁକ୍ତିରେ ହେରଫେର ହୋଇଥିବା ଏବଂ ଚୟନ ପ୍ରକ୍ରିୟା ସ୍ୱଚ୍ଛ ନୁହଁ ବୋଲି ଜଣାପଡିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା କେବଳ OPTCL ନୁହଁ GRIDCO ରେ ମଧ୍ୟ ଡ଼ାଇରେକ୍ଟର ଫାଇନାନ୍ସ ପଦବୀ ରେ ନିଯୁକ୍ତି ପାଇଥିବା ଗଗନ ସ୍ବାଇଁ ଙ୍କ ନିଯୁକ୍ତି ବିବାଦୀୟ ବୋଲି ଅଭିଯୋଗ ହୋଇଛି।

ଏ ଘଟଣା ଏବେ ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ଓ ଶକ୍ତି ବିଭାଗ ଅଧୀନ ରେ ଥିବା Gridco ଓ OPTCL ଆଦି ସଂସ୍ଥା ରେ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ରେ କିଭଳି ଅନିୟମିତତା ଓ ପ୍ରୀୟlପ୍ରିତୀତୋଷଣ ଚାଲିଛି ସେସବୁ ତଥ୍ଯ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି। ସବୁଠାରୁ ଚିନ୍ତାର ବିଷୟ ଏହିସବୁ ଉଦ୍ୟୋଗ ଗୁଡ଼ିକର ନିଯୁକ୍ତି ଓ ଚୟନ ପ୍ରକ୍ରିୟା ଆଦି କାର୍ଯ୍ୟ ର ଦାୟିତ୍ବ ହେଉଛି ସାଧାରଣ ଉଦ୍ୟୋଗ ବିଭାଗ ର। ସମୀର ସ୍ବାଇଁ ଏବଂ GRIDCO ର ଫାଇନାନ୍ସ ଡ଼ାଇରେକ୍ଟର ଗଗନ ସ୍ଵାଇଁ ଙ୍କ ନିଯୁକ୍ତି ରେ ସ୍ବଚ୍ଛତା ନାହିଁ ଏବଂ ଦୁଇ ଜଣଙ୍କୁ ଅନୁକମ୍ପା ଦେଖାଇବାକୁ ଯାଇ ନୀତିନିୟମ କୁ ସରକାର ଆଡେଇ ଯାଇଛନ୍ତି ବୋଲି ବିଧିବଦ୍ଧ ଭାବରେ ସଚିବ ଓ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ମଧ୍ୟ ଦାଖଲ ହୋଇଛି। ଏହାସତ୍ତ୍ୱେ ସାଧାରଣ ଉଦ୍ୟୋଗ ବିଭାଗର ତତ୍କାଳୀନ ସଚିବ ବିଜୟ ଅରୋରା ଓ ମନ୍ତ୍ରୀ ଅଶୋକ ପଣ୍ଡା ଅଭିଯୋଗର ସତ୍ୟାସତ୍ୟ ଉପରେ ଯାଞ୍ଚ ପରତାଲ ନ କରି ଚୁପ୍ ବସିବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନ ର କେଉଁ ବାହୁବଳୀ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଏଭଳି ବେଆଇନ କାମକୁ ଆଇନସିଦ୍ଧ କରାଗଲା? ନବୀନ ବାବୁଙ୍କ ” ମୋ ସରକାର ଓ ୫T ” ର ଅସଲ କାରସାଦି ଏବେ ଧରପଡୁଛି।

୨୦୧୯ ଓ ୨୦୨୦ ରେ ପ୍ରଥମେ Gridco ଓ OPTCL ରେ Director ( Finance ) ପଦବୀ ରେ ନିଯୁକ୍ତି ପାଇଥିବା ଦୁଇ ବ୍ୟକ୍ତି ଉକ୍ତ ପଦବୀ ପାଇଁ ଅତ୍ୟାବଶ୍ୟକ ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁନଥିବା ସତ୍ବେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରା ଯାଇଛି ,ଏପରି ସଂଗିନ୍ ଅଭିଯୋଗ ଆସିଛି। । ଏହି ପଦବୀ ପାଇଁ ରାଜ୍ୟ public enterprise ବିଭାଗ website ରେ ଜାରି ବିଜ୍ଞାପନ ରେ ସ୍ପଷ୍ଟ ଭାବରେ ଯୋଗ୍ୟତା ସର୍ତ୍ତାବଳୀ କୁ ସରକାର ସୂଚିତ କଲେ। ଏହି ବିଜ୍ଞାପନରେ ଧାରା ୩(୨)ଅନୁଯାୟୀ ଯଦି କୌଣସି ପ୍ରାର୍ଥୀ ଘରୋଇ କମ୍ପାନୀ ରୁ ଆସିଥିବେ ତେବେ ସିଏ କାର୍ଯ୍ୟ କରିଥବା କମ୍ପାନୀ ଟି stock exchange ରେ ପଞ୍ଜିକରଣ ବା ଲିଷ୍ଟିଁ ହୋଇଥିବା ଆବଶ୍ୟକ। OPTCL ର ଅର୍ଥ ନିର୍ଦ୍ଦେଶକ ସମୀର ସ୍ଵାଇଁ BSES Rajadhani କଂପାନୀ ଓ Gridco ଅର୍ଥ ନିର୍ଦ୍ଦେଶକ ଗଗନ ସ୍ଵାଇଁ Bses Yamuna , ଦିଲ୍ଲୀ କମ୍ପାନୀ ରୁ ଆସିଛନ୍ତି। କିନ୍ତୁ ଉଭୟ କମ୍ପାନୀ stock exchange ,ରେ ପଞ୍ଜିକୃତ ବା ଲିଷ୍ଟିଂ ହୋଇନାହାନ୍ତି। ଆଶ୍ଚର୍ଯ୍ୟ ର କଥା ଏ ତଥ୍ୟ ଜାଣିବା ସତ୍ତ୍ବେ , ସାଧାରଣ ଉଦ୍ୟୋଗ ବିଭାଗ ନିୟମ ଉଲଂଘନ କରି ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି। ମନ୍ତ୍ରୀଙ୍କ ଠାରୁ ସଚିବଯାଏଁ ସମସ୍ତେ ଏ ବିଷୟରେ ସମ୍ପୂର୍ଣ ଅବଗତ ଥାଇ ମଧ୍ୟ ନିରବ ରହିଲେ ଓ ବେଆଇନ ନିଯୁକ୍ତି ବାତିଲ କରିବା ପାଇଁ କୌଣସି ପଦକ୍ଷେପ ନେଲେନାହିଁ।

ଏବେ Gridco director commercial ପଦବୀ ନିଯୁକ୍ତି ରେ ଆଉ ଏକ କେଲେଙ୍କାରି ପଦାକୁ ଆସିଛି। ଏହି ପଦବୀ ପାଇଁ ଗତ ୭/୨/୨୦ରେ ବିଜ୍ଞାପନ ପ୍ରକାଶିତ ହୋଇ ଜୁଲାଇ ମାସରେ ସାକ୍ଷାତ କାର ଅନୁଷ୍ଠିତ ହୋଇଥିଲା। ବିଜ୍ଞାପନ clause 3 ଅନୁଯାୟୀ ପ୍ରାର୍ଥୀ କୌଣସି ସରକାରୀ , public ବା private sector ରେ ନିୟମିତ କର୍ମଚାରୀ ହୋଇଥିଲେ ହେଁ ଉକ୍ତ ପଦବୀ ପାଇଁ ଆବେଦନ କରିପାରିବେ। କିନ୍ତୁ ଉକ୍ତ clause ର ସର୍ତ୍ ପୂରଣ କରୁନଥିବା ପ୍ରାର୍ଥୀ ଯିଏକି ଦରଖାସ୍ତ କରିବା ସମୟରେ କୋୖଣସି ଚାକିରି କରୁନଥିଲେ , ତାଙ୍କୁ ସାକ୍ଷାତକାର କୁ ଡାକି ନିୟମ ଉଲଂଘନ କରି ନିଯୁକ୍ତି ଦେବା କୁ ସୁପାରିସ କରା ଯାଇଥିଲା। କୌଣସି ସୂତ୍ର ରୁ ଅଭିଯୋଗ ହେବାରୁ ,ଏହି ନିଯୁକ୍ତି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ବନ୍ଦ୍ କରାଯାଇ ଏବେ ୪/୯ ରେ ପୁନର୍ବାର ବିଜ୍ଞାପନ ପ୍ରକାଶ ପାଇଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା, ପୂର୍ବରୁ ଯେଉଁ ଯେଉଁ clause ଯୋଗୁ ବିବାଦ ସୃଷ୍ଟି ହୋଇଥିଲା ,ଅତ୍ୟନ୍ତ ଚଞ୍ଚ କତା ର ସହ ସେଇସବୁ clause କୁ ବାଦ ଦିଆଯାଇଛି। ଆହୁରି ମଧ୍ୟ ଏହି ପଦବୀ ର ମୂଳ ଯୋଗ୍ୟତା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ରେ ଡିଗ୍ରୀ ଥିବା ବେଳେ , ଏଥର ଏହାକୁ ବଦଲା ଯାଇ ଯେ କୌଣସି ବିଷୟ ରେ ସ୍ନାତକ ଡିଗ୍ରୀ ଥିବା ବ୍ୟକ୍ତି ଆବେଦନ କରି ପାରିବେ ବୋଲି ଉଲ୍ଲେଖ ଅଛି। ଏହି ପଦବୀ ଆରମ୍ଭ ହେଲା ଦିନୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ଧାରି ମାନଙ୍କ ପାଇଁ ଏହି ପଦବୀ ଉଦ୍ଦିଷ୍ଟ ଥିଲାବେଳେ ଓ ଭାରତବର୍ଷର ସମସ୍ତ ଶକ୍ତି କ୍ଷେତ୍ର ର ନିଗମ ଗୁଡିକରେ director commercial ପଦବୀ ର ମୂଳ ଯୋଗ୍ୟତା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଥିଲାବେଳେ , ଏଠି ହଠାତ୍ ଏପରି ପରିବର୍ତନ ର ଆବଶ୍ୟକତା କଣ ଓ କାହା ସ୍ୱାର୍ଥରେ ଏପରି କରାଯାଇଛି? ଜଣେ ବ୍ୟକ୍ତି ଯେକି ପୂର୍ବରୁ ଜରୁରୀ ଆବଶ୍ୟକ ତା ପୂରଣ ନକରି ପାରିବାରୁ , ନିଯୁକ୍ତି ରୁ ବଂଚିତ ହେଲେ ଏବଂ ଯାହାଙ୍କ ବିରୁଦ୍ଧରେ ବେଦାନ୍ତ ଭଳି କମ୍ପାନୀ କୁ ଫାଇଦା ଦେଇ Gridco ର ୧୫୬୫ କୋଟିଟଙ୍କା କ୍ଷତି ପହଞ୍ଚେଇବାର ଅଭିଯୋଗ ଅଛି , ତାଙ୍କୁ ପୁଣି ଥରେ ଏହି ପଦବୀ ରେ ବସାଇବା ପାଇଁ ଯୋଗ୍ୟତା ଧାରାରେ ଏପରି ପରିବର୍ତ୍ତନ ଅଣାଯାଇଛି ବୋଲି ଚର୍ଚ୍ଚା ହେଉଛି।

GRIDCO ଓ OPTCL ର ଡ଼ାଇରେକ୍ଟର ଫାଇନାନ୍ସ ପଦବୀ ନିଯୁକ୍ତି ପ୍ରକ୍ରିୟା ସ୍ୱଛତା ଏବଂ ସର୍ତ୍ତାବଳୀ ଅନୁଯାୟୀ କରାଯାଇଛି ନା ନାହିଁ ଏହାକୁ ଜାଣିବାପାଇଁ ସୂଚନା ଅଧିକାର ଆଇନ ଆଧାର ରେ ଚୟନ କାର୍ଯର ସୂଚନା ମଗାଯାଇଥିଲା। ଏଥିରେ ଯେଉଁ ସୂଚନା ମିଳିଲା ତାହା ଆହୁରି ସାଙ୍ଘାତିକ। RTI ରେ ମଗାଯାଇଥିଲା ଯେ ପ୍ରାର୍ଥୀ ମାନେ ଆବେଦନପତ୍ରରେ ପ୍ରଦାନ କରିଥିବା ସୂଚନା ଏବଂ ନଥିପତ୍ର ସଠିକ ନା ନାହିଁ ଏସବୁର ଯାଞ୍ଚ ବା ଭେରିଫିକେଶନ କରାଯାଇଛି ନା ନାହିଁ? ସାଧାରଣ ଉଦ୍ୟୋଗ ବିଭାଗ ଉତ୍ତର ଦେଇଛନ୍ତି କି ପ୍ରାର୍ଥୀମାନଙ୍କ ଦ୍ଵାରା ଦିଆଯାଇଥିବା ତଥ୍ଯ ଓ ଡକ୍ୟୁମେଣ୍ଟ ର ଯାଞ୍ଚ କରାଯାଇନାହିଁ। ଅର୍ଥାତ୍ ବିନା ଭେରିଫିକେସନ ରେ ନିର୍ଦ୍ଦେଶକ ଭଳି ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଚାଲିଛି ନବୀନ ବାବୁଙ୍କ ମୋ ସରକାରରେ। ନିଯୁକ୍ତିପ୍ରକ୍ରିୟାରେ ହେରଫେର ସମ୍ପର୍କରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ବା INTUC ବିଧିବଦ୍ଧ ଭାବରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ପୁରା ପ୍ରଶାସନ ତଳୁ ଉପର ଯାଏଁ ସବୁ ଚୁପ୍ ବସିପଡିଲେ ।

Related Posts