ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ନୂଆପଡ଼ାରେ ୨୦ରୁ ୨୨ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେପଟେ ଜନଗଣନା, ପ୍ରବେଶ, ୟୁନିଫର୍ମ ବଣ୍ଟନ ଓ ରେକର୍ଡ ଅପଡେଟ୍ ଚାଲିଥିବାରୁ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସ୍କୁଲରେ ଉପସ୍ଥିତ ରହିବେ । ସମସ୍ତ ସତର୍କତାର ସହ ଜନଗଣନା ଜାରି ରହିବ । ଏନେଇ ଏକ ସ୍ୱତନ୍ତ୍ର ନୋଟିସ୍ ଜାରି କଲେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ।ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ ଜିଲ୍ଲାରେ ଛୁଟି ଘୋଷଣା କରାଯାଇ ସାରିଛି ।ଶୁକ୍ରବାର ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ ।
