ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଜ଼ିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ବିଦ୍ୟାଳୟର ଆଶ୍ରମ ସ୍କୁଲ ଛାତ୍ରୀ ରୁପାଲି ବେଶ୍ରାଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ତେବେ ଏହାର ପ୍ରତିବାଦରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ କୁଳିଅଣା ବ୍ଲକ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଶତାଧିକ ବିଜେଡି କର୍ମୀ ୧୮ ନମ୍ବର ଜାତୀୟ ରାଜପଥ ଜେଜେ ଢ଼ାବା ବାଲିମୁଣ୍ଡୁଳି ଠାରେ ରାସ୍ତା ଅବରୋଧ କରିବା ଯୋଗୁଁ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା l ଆନ୍ଦୋଳନ ଯୋଗୁଁ କୁଳିଅଣା ଛକ ବଜାର ସମେତ ଚାନ୍ଦୁଆରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲାl ବ୍ଲକ, ତହସିଲ, ବ୍ୟାଙ୍କ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା l
