ନିମାପଡା : ଆକ୍ସନ ମୁଡରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗତ କିଛିଦିନ ହେବ ବିଭିନ୍ନ ଅଚାନକ ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିଥିବା ନେଇ ନଜିର ଥିବା ବେଳେ, ଅନିୟମିତତା ଦେଖି ଆକ୍ସନ ମଧ୍ଯ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହି ପରପ୍ରେକ୍ଷୀରେ ସେ ଆଜ ନିମାପଡା ଗସ୍ତ କରିଛନ୍ତି । ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍ ନିକଟରେ ଦିନ ୧୦.୨୦ସମୟରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ ।
ହଠାତ୍ ରାସ୍ତାରେ ଶିକ୍ଷୟତ୍ରୀ ଦ୍ୱୟଙ୍କୁ ଅଟକାଇ ପଚାରିଲେ ଏତେ ଲେଟ୍ କାହିଁକି । କାହିଁକି ବିଳମ୍ୱରେ ସ୍କୁଲ ଯାଉଥିବା କଥା ପଚାରିଥିଲେ । ଶିକ୍ଷୟିତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରିଥିଲେ ।
ସେଠାରେ ସେଭଳି ସମାନ ଘଟଣା ଦେଖିବାକୁ ପାଇଥିଲେ । ସକାଳ ୧୦.୨୩ରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ବି ନଜର ଆସିଥିଲେ । ସେତିକି ନୁହେଁ ସ୍କୁଲର ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରୁଥିଲେ, ମନ୍ତ୍ରୀଙ୍କୁ ଦେଖି ହଠାତ୍ ଅଟକିଥିଲେ ।
ଏହାସହ ସ୍କୁଲର କାଗଜ ପତ୍ର ରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ । ଏପରି ଅବ୍ୟବସ୍ଥା ଦେଖିବା ପରେ DEO ଓ BEO ଙ୍କୁ ଫୋନ କରି ଏହି ସ୍କୁଲର ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ।
