ଜେଲ୍ ଗଲେ କଣ୍ଟାବାଞ୍ଜି ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂ

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ସିନେମା ହଲରେ ଧମକଚମକ, ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । କଂଗ୍ରେସ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ଜାମିନ୍ ଆବେଦନ କୋର୍ଟ ଖାରାଜ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।ଅଭିଯୋଗ ହୋଥିଲା କଣ୍ଟାବାଞ୍ଜି-ବେଲପଡ଼ା ସୀମାରେ ଥିବା ସିନେମା ହଲରେ ଗିରଫ ୬ ଅଭିଯୁକ୍ତ ଗଣ୍ଡଗୋଳ କରୁଥିଲେ । ସିନେମା ହଲ୍ ମାଲିକ ପବନ ଅଗ୍ରୱାଲଙ୍କ ସହ ଅଭିଯୁକ୍ତଙ୍କ ଯୁକ୍ତିତର୍କ ହୋଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ । ଏନେଇ ପୋଲିସରେ ଅଭିଯୋଗ କରିଥିଲେ ପବନଙ୍କ ଭାଇ ।

ଅଭିଯୁକ୍ତ ସିନେମା ହଲର ସିସିଟିଭି ହାର୍ଡଡିସ୍କ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ସେଜି ସିଂ ସାଲୁଜା (ଅମିତ), ଅଜୟ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ବିପୁଲ ମାରୁକ୍, ଧରମବୀର ଗୁପ୍ତା, ରାଜା ପାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୫୨/ ୩୪୧/ ୩୪୨/ ୨୯୪/ ୫୦୬/ ୩୦୭/ ୩୯୪/ ୩୯୫ ଓ ୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି ।

ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧୯ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ଦାମୀ ମଦ ଜବତ ହୋଇଛି । ତେବେ ଗିରଫ ନେଇ ସେଜି କହିଛନ୍ତି ଏହା ଚକ୍ରାନ୍ତ । ମୋ କ୍ୟାରିଅର ନଷ୍ଟ ଓ ବାପା ବିଧାୟକ ଥିବାରୁ ତାଙ୍କ ଛବି ମଳିନ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇଛି ।

Related Posts