ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାଁ, ଜାଣନ୍ତୁ ନୂଆ ନାଁ କ’ଣ ହେଲା

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାଁ । ଓଡ଼ିଶା ଅଗ୍ନିଶମ ସେବା ସହ ଯୋଡ଼ିହେଲା ଜରୁରୀକାଳୀନ ସେବା । ଏଣିକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ଏହା ନାମିତ ହେବ । ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ବିପର୍ଯ୍ୟୟ ମୁକାବିଲାରେ ଅଗ୍ନିଶମ ସେବାର ଉଲ୍ଲେଖନୀୟ ଭୂମିକା ରହିଛି ।

ପୂର୍ବରୁ ଅଗ୍ନିକାଣ୍ଡ ଓ ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ପରିଚାଳନାରେ ଅଗ୍ନିଶମ ସେବାକୁ ନିୟୋଜିତ କରାଯାଉଥିଲା । ହେଲେ ଏନେଇ ବୈଧାନିକ ମାନ୍ୟତା ନଥିଲା । ଏଣିିକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର, ରିଲିଫ ଓ ରିଷ୍ଟୋରେସନରେ ଏହା ନିୟୋଜିତରେ ଆଇନଗତ ମାନ୍ୟତା ମିଳିବ ।

Related Posts