ସେଲ୍ଫ – ଷ୍ଟାଇଲ୍ ଗଡମ୍ୟାନ୍ ଆସାରାମ ବାପୁ କରୋନା ଆକ୍ରାନ୍ତ , ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ଆଇସିୟୁକୁ ସ୍ଥାନାନ୍ତରିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆତ୍ମଘୋଷିତ ଗଡ଼ ମ୍ୟାନ ଆଶାରାମ ବାପୁ କରୋନା ଭାଇରସ ରେ ଆକ୍ରାନ୍ତ ହୋଇଛନ୍ତି । ସୂତ୍ରରୁ ପ୍ରକାଶ COVID-19 ପରୀକ୍ଷା ପାଇଁ ତାଙ୍କ ଅନ୍ତେବାସୀଙ୍କ ସହିତ ତାଙ୍କ ନମୁନା ନିଆଯାଇଥିଲା, ଯେଉଁଠାରେ ତାଙ୍କର ଫଳାଫଳ ପଯେଟିଭ ଆସିଥିଲା । ବଳାତ୍କାର ଅଭିଯୋଗରେ ଜେଲରେ ଥିବା ଆତ୍ମଘୋଷିତ ଗଡମ୍ୟାନଙ୍କୁ ରାଜସ୍ଥାନର ଯୋଧପୁରର ଏକ ଡାକ୍ତରଖାନାର ଚିକିତ୍ସା କରାଯାଉଛି। ଶ୍ୱାସ ପ୍ରକିୟା ରେ ଅସୁବିଧା ଥିବା ଅଭିଯୋଗ କରିବା ପରେ ଆସାରାମଙ୍କୁ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ତାଙ୍କୁ ଭେଣ୍ଟିଲେଟର ସହାୟତା ଦିଆଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଦର୍ଶାଯାଇଛି। ଆଇସିୟୁକୁ ସ୍ଥାନାନ୍ତର କରାଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଜଣେ ଜେଲ ଅଧିକାରୀ ପ୍ରକାଶ କରିଛନ୍ତି ଯେ ୮୦ ବର୍ଷ ବୟସ୍କା ଅସାରାମ ଅସ୍ଥିରତା ଅନୁଭବ କରିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେବାବେଳେ ଅମ୍ଳଜାନର ମାତ୍ରା ଅତ୍ୟନ୍ତ କମ୍ ଥିଲା। ଅଧିକାରୀ ଜଣକ କହିଛନ୍ତି, “ବୁଧବାର ରାତିରେ ଜ୍ୱର ଏବଂ ଅଳ୍ପ ନିଶ୍ୱାସ ପ୍ରଶ୍ୱାସ ନେଇ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ରାତିରେ ଆମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ।” ଅସାରାମଙ୍କ ଅନୁଗାମୀମାନେ ଖବର ଶୁଣିବା ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରବଳ ଜନସମାଗମ ହେତୁ ପ୍ରଶାସନ ଏକ ଆଇନ ଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଏବଂ କେତେକ ଅନୁଗାମୀ ଡାକ୍ତରଖାନା ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଦୁଇଜଣ ମହିଳା ଅନୁଗାମୀ ଡାକ୍ତରଖାନା ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା।

Related Posts