ମନ୍ତ୍ରୀଙ୍କ ଅଧିକ ଲାଇକ୍ସ ନିଶା, ବଞ୍ଚି ଥାଉ ଥାଉ ଟୁଇଟରରେ ବିରୋଧୀଦଳ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜା ସ୍ୱାଇଁ – ପରେ ଡିଲିଟ କଲେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହେଉଛି। ତେବେ ସେ ବଞ୍ଚି ଥାଉ ଥାଉ ତାଙ୍କୁ ଟୁଇଟରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ। କିନ୍ତୁ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ବିରୋଧ ଓ ସମାଲୋଚନା ପରେ ସେ ପୋଷ୍ଟ କୁ ଡିଲିଟ କରିଦେଇଛନ୍ତି। ବିଜେପି ନେତା ତଥା ସମାଜ କର୍ମୀ ରାଜେଶ ପଟ୍ଟନାୟକ ଫେସବୁକ୍ ରେ ଲେଖିଛନ୍ତି, ଯେ “ବୁଝି ହଉନି ନବୀନ ବାବୁଙ୍କ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାବୁ ନବୁଝି ବିଚାରି କାହାର ମୃତ୍ୟୁ ଖବର ଦବାକୁ ଏତେ ବ୍ୟାକୁଳ କାହିଁକି ?”

ଅପରପକ୍ଷରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି । ସେ କହିଛନ୍ତି, ” ୪ ଜଣିଆ ଡାକ୍ତରୀ ଟିମ୍ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି।ବର୍ତ୍ତମାନ ପ୍ରଦୀପ୍ତ ନାଏକ ICUରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ଭଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ” ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ, ଗତ ୧୯ ତାରିଖରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଟୁଇଟରରେ ରାଜା ସ୍ୱାଇଁଙ୍କ ଏହି ପୋଷ୍ଟ କୁ ନେଇ ଅନେକଙ୍କ ପ୍ରତିକ୍ରିୟା ହେଲା ଯେ, ଅଧିକ ଲାଇକ ଏଵଂ viewership ବ୍ୟାକୁଳତା ହିଁ ଏଭଳି ଦାୟିତ୍ବହୀନ ପୋଷ୍ଟ ର ମୁଖ୍ୟ କାରଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି ସମ୍ବେଦନହୀନ ପୋଷ୍ଟ କରିବା ପରେ ବି ରାଜା ସ୍ୱାଇଁ ଏ ନେଇ ଦୁଃଖ ପ୍ରକାଶ ନ କରିବା।

Related Posts