ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀରରେ ଚିନିକଳ ଖୋଲିବାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ମୁଖ୍ୟମନ୍ତ୍ରୀଙ୍କୁ ସର୍କିଟ ହାଉସ୍ ରେ ଭେଟିବାର ଗୋଟିଏ ଦିନ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ସାମ୍ୱାଦିକ ସମ୍ମିଳନୀ କରି ସରକାର ଉପରେ ବର୍ଷିଛନ୍ତି ନରସିଂହ । ସେପଟେ ଦେଓଗାଁ ଚିନିକଳ ଚାଲୁ ପରିବର୍ତ୍ତେ ନୂଆ ଖୋଲିବାକୁ ନେଇ ବର୍ଷିଛନ୍ତି। ମିଛୁଆ ସରକାରର ମିଛ ପ୍ରତିଶ୍ରୁତି ବୋଲି କଟାକ୍ଷ କଲେ ନରସିଂହ। ସୂତା କଳ କୋଲିବା ନିଷ୍ପତ୍ତିକୁ କଲେ ସ୍ୱାଗତ। ଦେଓଗାଁରେ ଥିବା ବିଜୟାନନ୍ଦ ଚିନିକଳକୁ ଚଳାଇବା ପରିବର୍ତ୍ତେ ନୂତନ ଚିନିକଳ ଖୋଲିବା ପାଇଁ ଘୋଷଣା କରିଛନ୍ତି। ସୂତାକଳ ଖୋଲିବା ନିଷ୍ପତ୍ତି କ୍ୟାବିନେଟରେ ପାସ ହୋଇଥିବା ବେଳେ ଚିନିକଳ ଖୋଲିବା ନିଷ୍ପତ୍ତି କାହିଁକି କ୍ୟାବିନେଟରେ ପାସ ହୋଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେଡି ରହିଥିବା ବେଳେ ବଲାଙ୍ଗୀର ଗସ୍ତ ରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ କେବଳ କଂଗ୍ରେସ ନେତାକର୍ମୀ ଙ୍କୁ ଗିରଫ କରିଥିବାରୁ ବିଜେଡ଼ି -ବିଜେପି ଭାଇ ଭାଇ କହିଛନ୍ତି ନରସିଂହ । ଭାଇ ସମ୍ପର୍କ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଖାଲି କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା ପୁଲିସ ବୋଲି କହିଲେ ନରସିଂହ। ବ୍ୟାରେଜ ଓ ଚିନିକଳ ପାଇଁ ରାଜରାସ୍ତାରେ ଲୋକଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ବି ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।