‘ହାତ’ ଛାଡ଼ିଲେ ନବ ଦାସ

naba das resigns from congress

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ‘ହାତ’ଛାଡ଼ିଲେ ନବ ଦାସ । ଝାରସୁଗୁଡ଼ା ବିଧାୟକ ତଥା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଧିବଦ୍ଧଭାବେ ଦଳ ଛାଡ଼ିଛନ୍ତି । PCC କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ରକୁ ଦଳୀୟ ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି ନବ ଦାସ । ଗତ କିଛି ଦିନ ହେଲା ନବ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ନିଜେ ନବ ମଧ୍ୟ ଏ ନେଇ କହିଥିଲେ । ଆସନ୍ତା 25 ତାରିଖରେ ରାହୁଲ ଓଡ଼ିଶା ଆସୁଥିବାବେଳେ ତମାଣ୍ଡୋରେ ହେବାକୁ ଥିବା ତାଙ୍କର ଜନସଭାରେ ଯୋଗଦେବେ ନାହିଁ ବୋଲି କହିଥିଲେ ନବ । ଏଥିସହ 24 ତାରିଖରେ ଝାରସୁଗୁଡ଼ାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ ସେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ ।

Related Posts