ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ଘଟଣା: ଗୁନସିଂହାରୀ ହତ୍ୟାକାଣ୍ଡର ଶପଥ ହେଲା ପୂରଣ: ଦୁର୍ବୁତ୍ତ

ଗତକାଲି ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ଦୁର୍ବୁତ୍ତମାନେ ହତ୍ୟା କରିଛନ୍ତି | ଏନେଇ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ, ଏବେ ଦୁର୍ବୁତ୍ତ ମାନେ ମୃତକ ସେବାୟତଙ୍କ ଭାଇ କୁ କହିଥିବା କଥା କୁ ନେଇ ଜୋର ଧରିଛି ଚର୍ଚା |

ପୁରୀ ବାରବାଟୀ ଆଖଡ଼ାରେ ସୁଆର ଓ ମହାସୁଆର ନିଯୋଗ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ କିଛି ସମୟ ପରେ ସେଠାରେ ପହଂଚିଥିଲେ କୃଷ୍ଣ ପ୍ରତିହାରୀଙ୍କ ଭାଇ । ଏହି ସମୟରେ ୪ ଜଣ ଦୁର୍ବୃତ ତାଙ୍କ ଭାଇଙ୍କୁ କହିଥିଲେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହୋଇଛି । କାଳିଆ ସିଂହାରୀ ହେଉଛନ୍ତି ଗୁନ ସିଂହାରୀଙ୍କ ଭାଇ ଓ ଦୋଳଗୋବିନ୍ଦ ହେଉଛନ୍ତି ଗୁନ ସିଂହାରୀଙ୍କ ପୁଅ । ଏକଥା କହିବା ପରେ ସେମାନେ ବାଇକରେ ସେଠାରୁ ଚାଲି ଯାଇଥିଲେ । ସେମାନଙ୍କ ହାତରେ ସେତେବେଳେ ବନ୍ଧୁକ ଥିଲା । ତେଣୁ ଆଉ କେହି କିଛି କରିବା ପାଇଁ ସାହାସ କରିନଥିଲେ । ଏକଥା ଥାନାରେ ଦିଆଯାଇଥିବା ଏଫ୍ଆଇଆରରେ ମଧ୍ୟ ଉଲ୍ଲେଖ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁନ ସିଂହାରୀ ହତ୍ୟା ଘଟଣାର ଏହା ପ୍ରତିଶୋଧ ।

୨୦୧୨ରେ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗର ସମ୍ପାଦକ ଥିବା ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ପୁରୀ ମଣିକର୍ଣ୍ଣିକା ସାହି ନିକଟରେ ଗୁନଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁର୍ବୃତ । ହତ୍ୟାକାଣ୍ଡରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ନେଇ ସୂଚନା ଥିଲା । ଏହି ମାମଲାରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପ୍ରମାଣ ଅଭାବରୁ ସମସ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ କୋର୍ଟ ।

ସୂଚନାଯୋଗ୍ୟ, ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା | ବାରବାଟୀ ଜାଗାର ଉନ୍ନତିମୂଳକ କାର୍ଯ୍ୟ ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ଦୁଇ ଜଣ ଦୃବୁର୍ତ୍ତ ତାଙ୍କ ମୁଣ୍ଡକୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ | ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Related Posts