ହତ୍ୟା, ଅପହରଣ ଏବଂ ଡକାୟତି ଭଳି ୬୦ଟି ମାମଲା ଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କଲା ପୁଲିସ

ଚେନ୍ନାଇ: ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଏନ୍‌କାଉଣ୍ଟର କରିଛି। ଏକାଧିକ ଅପରାଧ ଯେପରି ହତ୍ୟା, ଅପହରଣ ଏବଂ ଡକାୟତି ଭଳି ୬୦ଟି ମାମଲା ଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଏନ୍‌କାଉଣ୍ଟର କରିଛି | ସମ୍ପୃକ୍ତ ଅଭିଯୁକ୍ତ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ପୋଲିସ ଗୁଳିରେ ନିହତ ହୋଇଛି ଅପରାଧୀ | ମୃତ ଅପରାଧୀ ଜଣକ ହେଉଛନ୍ତି ନିରଭି ମୁରୁଗାନ୍‌। ଘଟଣାଟି ଗତକାଲି ତାମିଲନାଡ଼ୁର ତିରୁ ନେଲଭେଲି ଜିଲ୍ଲାର ନନଗୁନେରି ଅଞ୍ଚଳରେ ଘଟିଛି।

୬୦ଟି କେସ୍‌ରେ ଅଭିଯୁକ୍ତ ଥିବା ନିରଭି ଜଣେ ଡାକ୍ତରଙ୍କ ଘରୁ ୪୦ ଭରି ସୁନା ଲୁଟ୍‌ କରିବା ଅଭିଯୋଗ ରହିଛି । ତାମିଲନାଡ଼ୁର ପୂର୍ବତନ ଆଇନମନ୍ତ୍ରୀଙ୍କ ପୁଅ ମର୍ଡ଼ର ମାମଲାରେ ନିରଭି ସମ୍ପୃକ୍ତ ଥିବା ସହ ପୁଲିସ ରାଡ଼ାରରେ ଥିଲା। ନିରଭିଙ୍କୁ ଧରିବା ପାଇଁ ପୁଲିସ ଏକ ସର୍ଚ୍ଚ ଅପରେଶନ୍‌ ଟିମ୍‌ ଗଠନ କରିଥିଲା। ବୁଧବାର ନିରଭି ତିରୁନେଲଭେଲି ଜିଲ୍ଲାର କଲାକକଡ଼ ମ୍ୟୁନ୍ସିପାଲଟି ଏରିଆରେ ଲୁଚିଥିବା

ପୁଲିସ ଖବର ପାଇ ଚଢ଼ାଉ କରିଥିଲା। ତେବେ ଏହି ସମୟରେ ନିରଭି ପୁଲିସ ଉପରକୁ ପାଲଟା ଗୁଳି ଚଳାଇ ଖସିଯିବାକରୁ ଉଦ୍ୟମ କରିଥିଲା। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଦାୟିତ୍ୱରେ ଥିବା ସବସଇନ୍ସପେକ୍ଯର ଇଶାକିରାଜା ଏନ୍‌କାଉଣ୍ଟର କରିଥିଲେ। ଘଟଣାସ୍ଥଳରେ ନିରଭିଙ୍କ ମୃତ୍ୟୁ ଘଟିଥିଲା।

Related Posts