ୟୁପିରେ ଯେଉଁଠି ଦଙ୍ଗାର ପ୍ରଭାବ ଅଧିକ ଥିଲା; ସେଠାରେ ଆମେ ବିଜେପିକୁ ହରାଇଛୁ: ଜୟନ୍ତ ଚୌଧୁରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ ୟୁପି ବିଧାନସଭା ନିର୍ବାଚନରେ ଆରଏଲଡି ମୁଖ୍ୟ ଜୟନ୍ତ ଚୈଧୁରୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବ ପଶ୍ଚିମ ଉତ୍ତରପ୍ରଦେଶରୁ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ନିର୍ବାଚନ ଫଳାଫଳ ତାଙ୍କ ସପକ୍ଷରେ ନଥିଲା। ପଶ୍ଚିମ ୟୁପିରେ ଏସପି ଏବଂ ଲୋକଦଳଙ୍କ ମିଳିତ ମଞ୍ଚ ହୋଇ ମଧ୍ୟ ବିଜେପିକୁ କାହିଁକି ଉଭୟ ଦଳ ପରାସ୍ତ କରିପାରିଲେନି ସେନେଇ ଅନେକ ପ୍ରଶ୍ନ ବର୍ତ୍ତମାନ ଉଠିବାରେ ଲାଗିଛି । ଏହା ମଧ୍ୟରେ ଜୟନ୍ତ ଚୌଧୁରୀ ଏହାର ଉତ୍ତରଦେଇଥିବାର ଦେଖିବାକୁ ମିଳିଛି । ତେବେ ଯେଉଁଠାରେ ଦଙ୍ଗାର ଅଧିକ ପ୍ରଭାବ ପଡିଛି। ସେଠାରେ ଆମେ ବିଜେପିକୁ ପରାସ୍ତ କରିଛୁ। ମୁଜାଫରନଗର, ଶାମଲି, ମେରଟରେ ଆମେ ବିଜେପିକୁ ପରାସ୍ତ କରିଛୁ। ଏହି ସ୍ଥାନମାନଙ୍କରେ ବିଜେପି ନେତାମାନେ କରୋନା ମୁଦ୍ଦାକୁ ନେଇ ରାଜନୀତି କରୁଥିଲେ । ତଥାପି ସେଠାରେ ଆମେ ବିଜେପିକୁ ପରାସ୍ତ କରିଥିଲୁ ।

ଜୟନ୍ତ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ ସଂଗୀତ ସୋମ, ଉମେଶ ମଲିକ, ସୁରେଶ ରାଣା ନିର୍ବାଚନରେ ହାରିଛନ୍ତି। ୮୦ ବନାମ ୨୦ ନିର୍ବାଚନରେ ଘଟିନାହିଁ । ଆମେ ବିଶ୍ୱାସ କରୁ ଯେ ଆମେ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇ ନାହୁଁ । କୃଷକ ଆନ୍ଦୋଳନର ପ୍ରଭାବ ମଧ୍ୟ ଦେଖାଗଲା । ଅନେକ ଆସନରେ ଆମେ ୫୦୦ ରୁ କମ୍ ଭୋଟରେ ହାରିଗଲୁ କିନ୍ତୁ ବ୍ରଜ ଏବଂ ଗାଜିଆବାଦର ସମଗ୍ର ବେଲ୍ଟରେ ହାରିଗଲୁ ବୋଲି ଜୟନ୍ତ ଚୌଧୁରୀ କହିଛନ୍ତି । ସେପଟେ ଜୟନ୍ତ ଚୌଧୁରୀଙ୍କ ଅନୁଯାୟୀ, ବିଏସପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ମଧ୍ୟ ପରାଜୟର କାରଣ ହୋଇଛି। ସେ କହିଛନ୍ତି ଯେ ଏହି ନିର୍ବାଚନରୁ ଆମେ ଅନେକ କିଛି ଶିଖିଛୁ। ମୁଁ ଆପଣଙ୍କୁ କହୁଛି ଯେ ମୁଁ ଏବଂ ଅଖିଳେଶ ଜୀ ଲୋକସଭା ନିର୍ବାଚନରେ ଏକାଠି ଲଢ଼ିବୁ । ବିରୋଧୀ ଦଳରେ ରହି ଆମେ ଲୋକଙ୍କ ପ୍ରସଙ୍ଗ ଉଠାଇବୁ। ଆମେ ବିଜେପିକୁ ୮୦ ବନାମ ୨୦ କରିବାକୁ ଦେବୁ ନାହିଁ ବୋଲି ଜୟନ୍ତ ଚୌଧୁରୀ କହିଛନ୍ତି ।

Related Posts