ଅଟ୍‌ୱା: କାନଡାର ସସ୍‌କାଚ୍‌ୱେନ୍‌ ପ୍ରଦେଶରେ ଦୁଇଟି ସମ୍ପ୍ରଦାୟରେ ମଧ୍ୟରେ ଘଟିଛି ସିରିଜ୍‌ ଛୁରାମାଡ଼। ଏହି ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୫ଜଣ ଆହତ ହୋଇଛନ୍ତି । ଏନେଇ ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ଛୁରି ଭୁସିଥିବା ଦୁଇ ଫେରାର୍‌ ସନ୍ଦିଗ୍ଧଙ୍କୁ ପୁଲିସ ଖୋଜୁଛି।

ପୁଲିସ କହିଛି, ସସ୍‌କାତୁନ୍‌ର ଉତ୍ତରପୂର୍ବାଞ୍ଚଳ ଅନ୍ତର୍ଗତ ଜେମ୍‌ସ୍‌ ସ୍ମିଥ୍ କ୍ରି ନେସନ୍‌ ଏବଂ ୱେଲ୍‌ଡନ୍‌ ଗ୍ରାମର ଏକାଧିକ ସ୍ଥାନରେ ଛୁରିଭୁସା ଘଟଣା ଘଟିଛି।

ସସ୍‌କାଚ୍‌ୱେନ୍‌ ‘ଆର୍‌ସିଏମ୍‌ପି’ର ସହକାରୀ କମିସନର୍‌ ରୋଣ୍ଡା ବ୍ଲାକ୍‌ମୋର୍‌ କହିଛନ୍ତି, କେତେଜଣ ପୀଡ଼ିତଙ୍କୁ ସନ୍ଦିଗ୍ଧମାନେ ଟାର୍ଗେଟ୍‌ କରିଥିବା ପରି ଜଣାପଡୁଥିବା ବେଳେ ଅନ୍ୟମାନଙ୍କୁ ବିନାକୌଣସି କାରଣରେ ନିର୍ବିଚାର ଭାବେ ଆକ୍ରମଣ କରାଯାଇଛି।

ଆକ୍ରମଣର କାରଣ ସଂକ୍ରାନ୍ତରେ ସେ କିଛି କହି ପାରିନାହାନ୍ତି।

ଆଜି ଆମ ପ୍ରଦେଶରେ ଯାହା ଘଟିଗଲା ତାହା ଅତୀବ ଭୟବହ ବୋଲି ସେ କହିଛନ୍ତି। ମୃତାହତମାନଙ୍କୁ ୧୩ଟି ଛୁରାମାଡ଼ ଘଟଣା ଘଟିଥିବା ସ୍ଥାନରୁ ଉଦ୍ଧାର କରାଯାଇଛି।

ଟୁଇଟ୍‌ କରି କାନଡୀୟ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ସସ୍‌କାଚ୍‌ୱେନ୍‌ରେ ହୋଇଥିବା ଆକ୍ରମଣ ଭୟାବହ ଓ ହୃଦୟବିଦାରକ। ପ୍ରିୟଜନଙ୍କୁ ହରାଇଥିବା ଓ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଭାବନାରେ ମୁଁ ଦୁଃଖିତ।

ପୁଲିସ କହିବା ଅନୁସାରେ, ଦୁଇ ସନ୍ଦିଗ୍ଧ ହେଲେ ୩୧ ବର୍ଷିୟ ଡେମିଏନ୍‌ ସାଣ୍ଡେର୍‌ସନ୍‌ ଏବଂ ୩୦ ବର୍ଷିୟ ମାଇଲ୍‌ସ୍‌ ସାଣ୍ଡେର୍‌ସନ୍‌। ସେମାନଙ୍କ ଫଟୋ ଓ ବିବରଣୀ ଜାରି କରିଥିଲେ ବି ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ ଅଥବା ମୃତାହତମାନଙ୍କ ବିଷୟରେ କିଛି ଲେଖିନାହିଁ।