କାନାଡାରେ ବିପଦରେ ହିନ୍ଦୁ ମନ୍ଦିର, ବଢ଼ୁଛି ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା

କାନାଡାରେ ଅସୁରକ୍ଷିତ ହୋଇପଡିଛି ଦେବାଦେବୀଙ୍କ ମନ୍ଦିର । ଲଗାତର ଭାବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା ବଢ଼ିବାକୁ ନେଇ ଚିନ୍ତା ବଢ଼ି ଯାଇଛି । ଦେଶର ଗ୍ରେଟ୍ ଟରାଣ୍ଟୋ ଅଞ୍ଚଳରେ ଶୁକ୍ରବାର ମନ୍ଦିରର ମୂର୍ତ୍ତି ଓ ଗହଣା ଚୋରି ଏବଂ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ୬ଟି ହିନ୍ଦୁ ମନ୍ଦିରରୁ ଏପରି ଲୁଟ୍ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରରେ ମନ୍ଦିରରୁ ହୁଣ୍ଡି ମଧ୍ୟ ଲୁଟ୍ ହୋଇଛି ।

ଘଟଣାକୁ ନେଇ ଟରାଣ୍ଟୋ ସ୍ଥିତ ଭାରତୀୟ ଦୂତାବାସ ମନ୍ଦିର ଟ୍ରଷ୍ଟିଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଦୋଷୀଙ୍କୁ ଗିରଫ କରାଯିବା ନେଇ ସେ କାନାଡା ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିବା କହିଛନ୍ତି । ତେବେ ଏହା ମନ୍ଦିର ଓ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ ନୁହେଁ ବରଂ କେବଳ ଲୁଟ୍ ବୋଲି କୁହାଯାଉଛି ।

ଗତ ନଭେମ୍ବର ମାସରେ ଏପରି ଘଟଣା ପ୍ରଥମ ଥର ସାମ୍ନାକୁ ଆସିଥିଲା । ବ୍ରେମ୍ପଟନରେ ହିନ୍ଦୁ ଲମ୍ଭା ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଙ୍ଗାରୁଜା କରାଯାଇଥିଲା । ଜାନୁଆରୀ ୨୦୨୨ରେ ଚିନ୍ତପୂର୍ଣ୍ଣି ମନ୍ଦିର, ଗୌରୀ ଶଙ୍କର ମନ୍ଦିର , ହାମିଲଟନରେ ଅବସ୍ଥିତ ସମାଜ ମନ୍ଦିର ଓ ଅନ୍ୟ ମନ୍ଦିରର ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ ।

ତେବେ ସ୍ଥାନୀୟ ପୋଲିସ ସମସ୍ତ ମାମଲାର ତଦନ୍ତ ଆରମ୍ଭ କରିଛି । ଅଧିକାରୀମାନେ ମନ୍ଦିର କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ଏହାସହ ମନ୍ଦିରରେ ସୁରକ୍ଷାବ୍ୟବସ୍ଥା ବୃଦ୍ଧି କରାଯାଇଛି ।

Related Posts