ପାର୍ବଣ ପୂର୍ବରୁ କଟକରେ ବୋମାମାଡ

ସତ୍ୟପାଠ ବ୍ୟୁରୋ : କଟକରେ ପୁଣି ବୋମାମାଡ । ଦିନ ଦିପହରେ ଲାଲବାଗ ଆଲିଶା ବଜାର ଅଂଚଳରେ ଫୁଟିଲା ବୋମା । କିଛି ପେଶାଦାର ଅପରାଧି ୪ଟି ବୋମା ଫିଙ୍ଗି ଆତଙ୍କ ଖେଳାଇବାକୁ ଚେଷ୍ଟା କରିଛନ୍ତି ।

ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଏପରି ଲଗାତର ବୋମା ବିସ୍ଫୋରଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି । ତେବେ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କ ଭିତରୁ ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ ସାଇଣ୍ଟିଫିକ୍ ଟିମ୍ ଓ ବମ୍ ସ୍କାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ଆରମ୍ଭ କରିଛି ।

Related Posts