ସିବିଆଇ କୋର୍ଟରେ ହାଜର ହେବେ ଚିଦାମ୍ବରମ

ସତ୍ୟପାଠ ବ୍ୟୁରୋ : ଆଜି ସିବିଆଇ କୋର୍ଟରେ ହାଜର ହେବେ ଗିରଫ କଂଗ୍ରେସ ନେତା ପି ଚିଦାମ୍ବରମ । ଗତକାଲି ରାତି ତମାମ ସିବିଆଇ ମୁଖ୍ୟାଳୟରେ ରହିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଦୀର୍ଘ ୩୦ଘଂଟାର ଲୁଚକାଳି ଖେଳ ପରେ ଗତକାଲି ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ରାତି ସାରା ଜେରା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଗିରଫ କରିବାକୁ ବେଶ କସରତ କରିଥିଲା ସିବିଆଇ । ପ୍ରଥମେ ଧରାଛୁଆଁ ଦେଉ ନଥିବା ଚିଦାମ୍ବରମ କଂଗ୍ରେସ କାର୍ଯ୍ୟାଳୟରେ ପ୍ରେସମିଟ କରୁଥିବା ବେଳେ ତାଙ୍କୁ ଗିରଫ କରିବାକୁ ଯାଇଥିଲା ସିବିଆଇ ଟିମ । କିନ୍ତୁ ସେଠାରେ ଟିମକୁ ଭିତରକୁ ଛଡା ଯାଇ ନଥିଲା । ଆଉ ଏହାରି ମଉକାରେ ଚିଦାମ୍ବରମ ନିଜ ବାସଭବନକୁ ଫେରି ଆସିଥିଲେ । କିନ୍ତୁ ତାଙ୍କ ପାଚେରୀ ଡେଇଁ ଘର ଭିତରେ ପଶିଥିଲେ ସିବିଆଇ ଅଧିକାରୀ । ଆଉ ତାଙ୍କୁ ଗିରଫ କରିଥିଲା ।

Related Posts