ଗୋଟିଏ ବାଇକରେ ସାତ ଜଣ : ଟ୍ରାଫିକ୍ ପୋଲିସ୍ କହିଲା , “ଚାଲାଣକୁ ନ ହେଲେ ନାହିଁ ଯମରାଜକୁ ତ ଡରନ୍ତୁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରୁଛନ୍ତି। ତଥାପି ବି ଗାଡ଼ି ଚିଳକ ନିୟମର ଉଲ୍ଲଘଂନ କରୁଛନ୍ତି। ଭାରତରେ ସଡ଼କ ଦୁର୍ଘଟଣା ଏକ ଚିନ୍ତା ଜନକ ବିଷୟ। ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାନ୍ତି।  ଭାରତରେ ପ୍ରତିଦିନ ପ୍ରାୟ ୪୧୫ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି।

ସଡକ ସୁରକ୍ଷା ଏବଂ ଟ୍ରାଫିକ ନିୟମ ମାନିବା ପାଇଁ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ଏସବୁ ସତ୍ତ୍ବେ କିଛି ଅମାନିଆ ଗାଡ଼ି ଚାଳକ ନିୟମର ଉଲ୍ଲଘଂନ କରୁଛନ୍ତି। ନିକଟରେ ଉତ୍ତରପ୍ରଦେଶର ପୋଲିସ ପକ୍ଷରୁ ଏକ ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ୟୁପିର ଏଟା ସହରରେ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ କରି ରାଜ୍ୟ ପୋଲିସ ଏକ ନୂଆ ସ୍ଲୋଗାନ ଦେଇଛି: “ଚାଲାଣ ସେ ନାହି , ୟାମରାଜ ସେ ତୋ ଡରିଏ”( ଚାଲାଣକୁ ନେହେଲେ ନାହିଁ, ଯମରାଜଙ୍କୁ ତ ଭୟ କରନ୍ତୁ )।

ୟୁପି ପୋଲିସ ଟ୍ବିଟ୍ କରିଥିବା ଏହି ଫଟୋରେ ଗୋଟିଏ ବାଇକରେ ତିନି ଜଣକି ଚାରି ଜଣ ନୁହେଁ ଏକା ସାଙ୍ଗରେ ୭ ଜଣ ଲୋକ ବସିଥିବାର ଦେଖିବାକୁ ମିଳିଛି। ବାଇକ ଉପରେ ନୁହେଁ ପରିବାର ପ୍ରତି ଦାୟିତ୍ୱ ହୁଅ । ୟୁପି ପୋଲିସ ଏହି ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛି, ‘ଚାଲାଣକୁ ନେହେଲେ ନାହିଁ, ଯମରାଜଙ୍କୁ ତ ଭୟ କର ।’

ବର୍ତ୍ତମାନ ୟୁପିର ପୋଲିସ୍ ପକ୍ଷରୁ ଜାରି ଏହି ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ୫ ଜଣ ପିଲାଙ୍କ ସମେତ ସ୍ତ୍ରୀଙ୍କୁ ନେଇ ବାଇକରେ ଯାଉଛନ୍ତି । ଗୋଟିଏ ବାଇକରେ ଦୁଇ ଜଣଙ୍କୁ ବସିବା ପାଇଁ ଅନୁମତି ଥିବାବେଳେ ବିନା ହେଲମେଟରେ ୭ ଜଣକୁ ନେଇ ବ୍ୟକ୍ତି ଜଣକ ଯାଉଛନ୍ତି। 

ତେବେ ଗୋଟିଏ ବାଇକରେ ମା,ବାପା, ପିଲା ଛୁଆଙ୍କୁ ଦେଖି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିବା ପୋଲିସ କର୍ମଚାରୀ ତାଙ୍କୁ ଦେଖି ହାତ ଟେକି ଦେଇଥିବା ନଜର ଆସୁଛି । ସୂଚନା ଅନୁଯାୟୀ ଫଟୋଟି ଏଟା ଜିଲ୍ଲାର ମାୟା ପ୍ୟାଲେସ୍ ଛକ ନିକଟର । ସେଠାରେ ପୋଲିସ ସାତ ଜଣକୁ ଗୋଟିଏ ମୋଟର ସାଇକେଲରେ ଯାଉଥିବା ଦେଖିଥିଲେ । 

Related Posts