ରାଜଧାନୀରେ ବାୟୁ ପ୍ରଦୂଷଣର ଭୟଙ୍କର ରୂପ: ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଂକର ରୂପ ଧାରଣ କରିଛି ବାୟୁ ପ୍ରଦୂଷଣ । ଯାହାକୁ ନେଇ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ବାୟୁର ମାନ ସୁଧାରିବା ପାଇଁ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର।

ଅତି ଜରୁରୀ ସ୍ଥିତିକୁ ଛାଡ଼ିଦେଲେ ରାଜଧାନୀର କୌଣସି ନିର୍ମାଣ କି ଉଚ୍ଛେଦ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

GRAP ଷ୍ଟେଜ୍-୩ରେ ଏହି ନୂଆ ପ୍ରତିବନ୍ଧକ ଲାଗୁ ହେବ। ପୂରା ଦିଲ୍ଲୀ ଏନ୍‌ସିଆର୍‌ରେ ଷ୍ଟେଜ୍-୩ ଲାଗୁ ହେବ ବୋଲି ଜିଆର୍‌ଏପି ସବ କମିଟି କହିଛି। ଏନେଇ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ(CAQM) କମିଶନ ସୂଚନା ଦେଇ କହିଛନ୍ତି ଯେ ପ୍ରତିକୂଳ ପାଣିପାଗ ସ୍ଥିତି, ଧୀର ବାୟୁ ପ୍ରବାହ ଓ ହଠାତ୍ ଚାଷ ଅବିଶିଷ୍ଠାଂଶରେ ନିଆଁ ଲାଗିବା ଘଟଣା ବଢ଼ିଯାଇଛି। ତେଣୁ ପୂରା ଏନ୍‌ସିଆର୍‌ରେ GRAP ଷ୍ଟେଜ୍-୩ରେ ପ୍ରତିବନ୍ଧକ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି CAQM କମିଶନ କହିଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ପରସ୍ପରକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ସରକାରଙ୍କର ପରିଚାଳନାଗତ ତ୍ରୁଟି ଯୋଗୁ ବର୍ତ୍ତମାନ ଦିଲ୍ଲୀରେ ବାୟୁରମାନେ ଭୟଙ୍କର ସ୍ଥିତିରେ ରହିଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ଆପ୍‌ ମଧ୍ୟ ବିଜେପିକୁ ଟାର୍ଗେଟ୍ କରିଛି

Related Posts