
ରାଜଧାନୀରେ ଲଜ୍ୟା । ଦୁଷ୍କର୍ମ ର ଶିକାର ହେଲେ ଜଣେ ନାବାଳିକା । ଏନେଇ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିବା ପରେ ଏବେ ପୋଲିସ ଆକ୍ସନ ମୁଡ଼ ରେ ରହିଛି ।
ଆଲବମରେ ହିରୋଇନ କରିବାର ଲୋଭ ଦେଖାଇ ଜଣେ ନାବାଳିକାକୁ ବଳାକ୍ରାର କରାଯାଇଥିବାର ସଂଗୀନ ଆଉ ସାଂଘାତିକ ଅଭିଯୋଗ ଆସିଛି । ନାବାଳିକା ଜଣକ ଥାନାରେ ଦେଇଥିବା ରିପୋର୍ଟ ଅନୁସାରେ ,ସେ ଆଲବମରେ ସାଇଡ କ୍ୟାରେକ୍ଟର ବା ପାଶ୍ୱର୍ ଅଭିନେତ୍ରୀ ଭାବରେ କାମ କରନ୍ତି । ଜଣେ ବ୍ୟକ୍ତି ତାଙ୍କୁ ଲିଡ କ୍ୟାରେକ୍ଟରର ଲୋଭ ଦେଖାଇ ଭୁବନେଶ୍ୱରକୁ ଡାକିଥିଲେ । ଏକ ଅପହରଣର ସିନ୍ ସୁଟିଂ ହେବ କହି ଭରତପୁର ଅଞ୍ଚଳକୁ ଡାକିଥିଲେ । ଆଉ ରୁମରେ ପହଞ୍ଚିବାପରେ ନାବାଳିକାଙ୍କ ହାତଗୋଡ ବାନ୍ଧି ରାତି ତମାମ ବଳାକ୍ରାର କରିଥିଲେ । ଏପରିକି ସେହି ମୁହୁର୍ତ୍ତର ଭିଡିଓକୁ କ୍ୟାମେରାରେ କଏଦ କରାଯାଇଥିବା ଅଭିଯୋଗ ହୋଇଛି ।
ଏନେଇ ନାବାଳିକା ଜଣକ ପ୍ରଥମେ ମହିଳା ଥାନା ଓ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି । ଏଵଂ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।