ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ତଥା ବରି୍ଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ

ପୁରୀ: ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ଆଜି ପୁରୀ ଗସ୍ତରେ ଆସି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଗୋବର୍ଦ୍ଧନ ପୀଠରେ ପ୍ରାୟ ଏକ ଘଣ୍ଟା ବିତାଇବା ସହ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାରତ ସହ ଅନ୍ତର୍ଜାତୀୟ ସୀମା ବିବାଦ ଓ ଚୀନ ସହ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସାଙ୍ଗରେ ଅଛନ୍ତି ପରିବାର ସଦସ୍ୟ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି । ବିଭିନ୍ନ ଧାର୍ମିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ଜାରି ରହିଥିବାବେଳେ ଏଭଳି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

ସେହିପରି ଧର୍ମପୀଠ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ଧର୍ମପୀଠ ଗୁଡିକର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରକୁ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

\ପରିକ୍ରମା ପ୍ରକଳ୍ପ ନେଇ ଶଙ୍କାରାଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଥିବାବେଳେ ତାଙ୍କୁ ପୁରୀ ଗଜପତି ଓ ଅନ୍ୟ ଅଧିକାରୀ ଭେଟିଥିଲେ । ବୁଧବାରଦିନ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରକଳ୍ପ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ପୁରୀରେ ବିକାଶ ନାଁରେ ପବିତ୍ର ଅସ୍ତିତ୍ୱର ବିଲୋପ ପାଇଁ ମାର୍ଗ ପ୍ରଶସ୍ତ କରାନଯାଉ । ପୁରୀର ବିକାଶକୁ ସେ ବିରୋଧ କରୁନାହାନ୍ତି, କିନ୍ତୁ ବିକାଶ ନାଁରେ ଐତିହ୍ୟକୁ ନଷ୍ଟ କରାନଯାଉ । ଶଙ୍କରାଚାର୍ଯ୍ୟ ଆହୁରି କହିଥିଲେ, ସରକାର ନ ଭାବନ୍ତୁ ଲୋକମତ ତାଙ୍କ ସପକ୍ଷରେ ଅଛନ୍ତି । ଲୋକମତ କେବେ ବି ବଦଳିଯାଇପାରେ ।

Related Posts