
କଟକ: ନକଲି ଓ ଅପମିଶ୍ରିତ କାରଖାନାର ପେଣ୍ଠସ୍ତଳୀ ପାଲଟିଛି କଟକ | କଟକରୁ ପୁଣି ଠାବ ହେଲା ନକଲି ଓ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା । ଜଗତପୁର ଥାନା ନିକଟ ତରୋଳ ନିକଟରେ ଵିନୋରୀ ଇଣ୍ଡଷ୍ଟ୍ରିଜ୍ ନାଁରେ ଵିନା କୌଣସି ସରକାରୀ ଅନୁମତିରେ ଚାଲିଥିବା ଏକ ଥଣ୍ଡା ପାନୀୟ କାରଖାନା ଉପରେ ଚଢାଉ କରାଯାଇଛି ।
ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଥଣ୍ଡା ପାନୀୟ, ଖାଲି ଵୋତଲ, କାରଖାନା ଯନ୍ତ୍ରାଂଶ ଓ ପାନୀୟରେ ମିଶାଯାଉଥିଵା ରାସାୟନିକ ପଦାର୍ଥ ଆଦି ଜଵତ୍ କରିଛି ପୋଲିସ ।
କାରଖାନା ଚଳାଉଥିବା ଵ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସ୍ପ୍ରିଙ୍ଗ ଅପ୍, କିଡସ୍ ଲିଚି, ଅରେଞ ଆଦି ଵ୍ରାଣ୍ଡ ନାଁରେ ଏହି କାରଖାନାରେ ଥଣ୍ଡା ପାନୀୟ ପ୍ରସ୍ତୁତ ହେଉଥିଲା । ସିଏମସିର କୌଣସି ଅନୁମତି ନଥାଇ ସମ୍ପୂର୍ଣ୍ଣ ଭାଵେ ଵେଆଇନ ଢଙ୍ଗରେ ଏହି ଥଣ୍ଡା ପାନୀୟ କାରଖାନା ଚାଲିଥିଲା ଵୋଲି ସି ଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।
ଏଥିସହ କାରଖାନା ଚଲାଉଥିଵା ଅଭିଯୁକ୍ତ ଜିତେନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିଛି।