ଭୁବନେଶ୍ୱର,୨୧/୬(ସତ୍ୟପାଠ ବ୍ୟୁରୋ): ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ପଶି ଆସିଥିଲେ। ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରିଥିଲେ ଓ ପରେ ସେଠାରୁ ପଳାଇ ଯାଇଥିଲେ।
ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ପିସିସି ସଭାପତି କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କେଉଁ କାରଣ ପାଇଁ ପିସିସି ସଭାପତିଙ୍କୁ କାଳିମାଡ଼ କରାଗଲା ତାହା ଜଣାପଡ଼ିନାହିଁ।
ଜଣେ କର୍ମୀ କହିଛନ୍ତି, ଏହା ନିନ୍ଦନୀୟ ଘଟଣା। ଯେଉଁମାନେ କାଳିମାଡ଼ କରିଛନ୍ତି ଆମେ ତାଙ୍କୁ ଜାଣିନାହୁଁ।