ସରିଲା ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବର ପଲିଗ୍ରାଫ ଓ ନାର୍କୋଟେଷ୍ଟ

ଦିଲ୍ଲୀ :

ଅଫତାବ ଆମିନ ପୁନାୱାଲର ଉଭୟ ପଲିଗ୍ରାଫ ଓ ନାର୍କୋଟେଷ୍ଟ ସରିଛି । ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ କରିଥିଲା । ତଦନ୍ତ ପକ୍ରିୟା ଆଗକୁ ଚାଲିଥିବା ବେଳେ, ଆଜିଠାରୁ ତଥା ଶୁକ୍ରବାରଠୁ ତିହାଡ଼ ଜେଲରେ ଆରମ୍ଭ ହୋଇଛି ଜେରା ।

ସୂଚନା ମୁତାବକ ଏଫଏସଏଲ ଟିମର ୪ଜଣ ସଦସ୍ୟ ତିହାଡ଼ ଜେଲରେ ପହଁଚିଛନ୍ତି । ଏହି ସଦସ୍ୟମାନେ ଉଭୟ ଟେଷ୍ଟର ରିପୋର୍ଟ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି ଆଉ ଏହି ରିପୋର୍ଟକୁ ଆଧାର କରି ଚାଲିଛି ପଚରାଉଚରା । ପଲିଗ୍ରାଫ ଓ ନାର୍କୋଟେଷ୍ଟରେ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିଥିବା ସ୍ୱିକାର କରିଛି । ସୂଚନା ଅନୁସାରେ ଯଦି ଆବଶ୍ୟକ ପଡେ ତେବେ ଅଫତାବର ବ୍ରେନ ମ୍ୟାପିଂ କରାଯାଇପାରେ । ଏହା ପାଇଁ ପୁଲିସଙ୍କୁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଛି । ସେପଟେ ତଦନ୍ତ ପ୍ରକିୟାରେ ସାମିଲ ଜଣେ ଅଧିକାରୀ ନ୍ୟୁଜ ଏଜେନ୍ସି ଏନଆଇଏକୁ ଦେଇଥିବା ସୂଚନା ଅନୁସାରେ

ଅଫତାବକୁ ନେଇ ବଢୁଛି ସନ୍ଦେହ:
• ଅଫତାବ ବେଶ ଚତୁରତାର ସହ ପ୍ରଶ୍ନର ଉତର ଦେଉଛି
• ସବୁ ଦୋଷକୁ ବହୁ ସହଜରେ ସ୍ୱିକାର କରୁଛି
• ସବୁ ପ୍ରକାର ଟେଷ୍ଟ ପାଇଁ ତୁୁରନ୍ତ ରାଜି ଅଛି
• ଜେରା ସମୟରେ ବେଶ ଚିନ୍ତାଶୂନ୍ୟ ବ୍ୟବହାର କରୁଛି
• ଆତ୍ମବିଶ୍ୱାସର ସହ ସବୁ ପ୍ରଶ୍ନର ଉତର ଦେଉଛି
• ଏଭଳି ବ୍ୟବହାରକୁ ନେଇ ସହେହ କରୁଛନ୍ତି ଯାଂଚ ଅଧିକାରୀ

ଯାଂଚ ଅଧିକାରୀ ଏକଥା ମଧ୍ୟ କହିଛନ୍ତି କି ମାଷ୍ଟରମାଇଣ୍ଡ ଅଫତାବର ସବୁ କଥାର ସହଜରେ ବିଶ୍ୱାସ କରି ହେଉନି । କୌଣସି ସମୟରେ ମାମଲାରେ ମୋଡ ବଦଳିପାରେ ବୋଲି ତଦନ୍ତକାରୀ ସଂସ୍ଥା ଆଶଙ୍କା ପ୍ରକାଶ କରିଛି । ଯଦି ନାର୍କୋଟେଷ୍ଟ ଫେଲ ରୁହେ ତେବେ ଆଗକୁ ହୋଇପାରେ ବ୍ରେନ ମ୍ୟାପିଂ । ଏଥିସହ ଅଫତାବ ସାଙ୍ଗ, ସାଥୀ, ବାନ୍ଧବୀ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଜେରା କରିବା ପାଇଁ ଯୋଜନା କରୁଛି ଉଭୟ ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ୍

Related Posts