ପରଦା ଉପରକୁ ଆସିବ ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ୍ ‘ଶର୍ମାଜୀ ନମକିନ୍’

ମାର୍ଚ୍ଚ 31ରେ OTTରେ ମୁକ୍ତିଲାଭ କରିବ ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ୍ । ନିଜ ଦମଦାର ଅଭିନୟରେ ଲୋକଙ୍କୁ ହସାଇବେ ଆଉ କନ୍ଦାଇବେ ବି-ଟାଉନର ଚିଣ୍ଟୁଜୀ । ଋଷି କପୁରଙ୍କ ଶେଷ ଚଳଚ୍ଚିତ୍ର ‘ଶର୍ମାଜୀ ନମକିନ୍’ । ‘ଶର୍ମାଜୀ ନମକିନ୍’ରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ କାହାଣୀ ବର୍ଣ୍ଣନା କରାଯାଇଛି ।

ହିତେଶ ଭାଟିଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପରେଶ ରାୱଲଙ୍କ ସହ ଜୁହି ଚାୱଲା, ସୁହେଲ ନାୟାର, ତାରୁକ ରାଇନା, ସତୀଶ କୌଶିକ, ଶିବା ଚଢା ଏବଂ ଇଶା ତାଲୱାର ମଧ୍ୟ ଅଭିନୟ କରିଛନ୍ତି । ଏହା ହେଉଛି ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଯେଉଁଠାରେ ଦୁଇ କଳାକାର ଋଷି କପୁର ଏବଂ ପରେଶ ରାୱଲ ଏକାଠି ଏକ ଚରିତ୍ରରେ ଅଭିନୟ କରିବେ । ଏହା ବଲିଉଡର ପ୍ରଥମ ଫିଲ୍ମ ହେବ ଯାହାକୁ ଏଭଳି ପ୍ରସ୍ତୁତ କରାଯାଇଛି।ମାର୍ଚ୍ଚ 31 ରେ ପ୍ରାଇମ ଭିଡିଓରେ ପ୍ରିମିୟର୍ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନିର୍ମାଣ ରିତେଶ ସିଦ୍ଧୱାନୀ ଏବଂ ଫରହାନ୍ ଅଖତର ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ହନି ଟ୍ରେହାନ୍ ଏବଂ ମ୍ୟାକଗଫିନ୍ ପିକ୍ଚର୍ସର ଅଭିଷେକ ଚୌବେଙ୍କ ସହଯୋଗରେ ନିର୍ମିତ । ଏକ୍ସେଲ ଏଣ୍ଟରଟେନମେଣ୍ଟ୍ର ସହ-ପ୍ରତିଷ୍ଠାତା ରିତେଶ ସିଦ୍ଧୱାନୀ କହିଛନ୍ତି, “ଏକ୍ସେଲରେ ଆମେ ସବୁବେଳେ ଅବ୍ୟବସ୍ଥିତ କାହାଣୀ ଉପସ୍ଥାପନ କରିବା ଏବଂ ସ୍ମରଣୀୟ ତଥା ହୃଦୟସ୍ପର୍ଶୀ ଚରିତ୍ରଗୁଡ଼ିକୁ ଜୀବନ୍ତ କରିବା ଉପରେ ଧ୍ୟାନ ଦେଇଥାଉ। ‘ଶର୍ମାଜୀ ନମକିନ୍’ ଏକ ନିଆରା କାହାଣୀ।

ସୂନଚାଯୋଗ୍ୟ ଯେ, 2020 ଏପ୍ରିଲ 30ରେ ଭେଟେରାନ ଆକ୍ଟର ଋଷି କପୁରଙ୍କ ଦେହାନ୍ତ ହୋଇଥିଲା ।

Related Posts