ଶିବସେନା ବିଧାୟକଙ୍କ ଦାଦାଗିରି: ଖରାପ ଖାଦ୍ୟ ପାଇଁ କ୍ୟାଟରିଂ ମ୍ୟାନେଜରଙ୍କୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ : ଏକନାଥ ସିନ୍ଦେଙ୍କ ଶିବିରରେ ଶିବସେନା ବିଧାୟକ ସନ୍ତୋଷ ବଙ୍ଗର ଦାଦାଗିରି ଦେଖାଇଛନ୍ତି । ଜଣେ କ୍ୟାଟରିଂ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ।

ଘଟଣାଟି ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାର। ଏଠାରେ ଆୟୋଜିତ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ବିଧାୟକ ସନ୍ତୋଷ ବଙ୍ଗର । ଏହି ସମୟରେ ଶ୍ରମିକମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ଯାଞ୍ଚ୍ କରିଥିଲେ। ଖାଦ୍ୟର ଗୁଣାବତ୍ତା ଖରାପ ଥିବାରୁ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ଯାହାର ପୂରା ଭିଡିଓ କଏଦ ହୋଇଥିଲା ସିସିଟିଭି ଫୁଟେଜରେ।

ରିପୋର୍ଟ ଅନୁଯାୟୀ, ଖାଦ୍ୟର ଗୁଣାବତ୍ତା ଖରାପ ଥିବା ଶ୍ରୀ ବଙ୍ଗଙ୍କ ନିକଟକେ ପୂର୍ବରୁ ଅଭିଯୋଗ ହୋଥିଲା। ଏହା ପରେ ସେ ନିଜେ ଯାଞ୍ଚ କରିବା ପାଇଁ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଖାଦ୍ୟର ମାନ ଖରାପ ଥିବା ହେତୁ ସେ ମ୍ୟାନେଜରଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ଲମ୍ୟାନେଜର କହିଥିଲେ କି ବିଧାୟକ ତାଙ୍କ କଥା ଆଦୌ ଶୁଣି ନଥିଲେ।

ହିଙ୍ଗୋଲିର ଶିବସେନା ବିଧାୟକ ଜୁଲାଇରେ ମହାରାଷ୍ଟ୍ର ବିଧାନସଭାର ଫ୍ଲୋର ଟେଷ୍ଟର କିଛି ମିନିଟ୍ ପୂର୍ବରୁ ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଥିଲେ। ଏହା ପରେ ଶିବସେନା ନେତୃତ୍ୱ ଶ୍ରୀ ବଙ୍ଗରଙ୍କୁ ହିଙ୍ଗୋଲି ଜିଲ୍ଲା ସଭାପତି ପଦରୁ ହଟାଇ ଦେଇଥିଲେ।

Related Posts