ଅତି କମ ବୟସରେ ଇଣ୍ଡିଆ ବୁକ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ସମୀର ରଞ୍ଜନ ଯୋଶୀ ଏବଂ ସାଗରିକା ଯୋଶୀଙ୍କ ସୁପୁତ୍ର ସ୍ୱୟଂ ଶିବ ଯୋଶୀ ମାତ୍ର ୪ ବର୍ଷ ୫ ମାସ ବୟସରେ ୯ ଫୁଟ ବିଶିଷ୍ଟ ୩ ଗୋଟି ଷ୍ଟିଲ ଖମ୍ଭକୁ ମାତ୍ର ୩୭ ସେକେଣ୍ଡରେ ଚଢି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । 

   ଜେଜେ ବାପା ଶଶୀ ସେନ ଯୋଶୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରେରଣାରେ ମାତ୍ର ୩ ବର୍ଷ ବୟସରେ ଖମ୍ବ ଚଢ଼ିବାର ଅଭ୍ୟାସ ବଳରେ ସ୍ୱୟଂ ଶିବ ଏହି ଦକ୍ଷତା ହାସଲ କରିଛନ୍ତି । ଏହି ସାହାସିକତାର ପ୍ରମାଣ ସମଗ୍ର କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ ।

     ସ୍ବୟଂ ଶିବ ଯୋଶୀ ଭବିଷ୍ୟତରେ ଜଣେ ଲଢୁଆ ସୈନିକ ହେବା ସହ ଅଞ୍ଚଳ ତଥା ଜିଲ୍ଲାର ନାମକୁ ଗୌରବମୟ କରିବା ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି ।ତାଙ୍କର ଏହି ରେକର୍ଡ ପାଇଁ ପରିବାର ବର୍ଗ, ସମ୍ପର୍କୀୟ, ସାଙ୍ଗ ସାଥି ଶୁଭେଛୁ ଓ ଜିଲାବାସୀ ଗୈାରବାନ୍ବିତ । ଏଥିପାଇଁ ତାଙ୍କୁ ଅନେକ ମହଲରୁ ଅଭିନନ୍ଦନ ତଥା ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

Related Posts