ଗଠବନ୍ଧନରେ ଦେଖାଦେଇଥିବା ବିବାଦ ମଧ୍ୟରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ -‘ଉଦ୍ଧବ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସର ରାଜ୍ୟ ସଭାପତି ନାନା ପାଟୋଲେଙ୍କ ବୟାନକୁ ନେଇ ମହାରାଷ୍ଟ୍ରର ମହା ବିକାଶ ଅଘାଡୀ ସରକାରରେ ଗତ କିଛିଦିନ ଧରି ବିବାଦ ଦେଇଥିଲା। ଏହାରି ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହ୍ବାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପ୍ରଶଂସା କରିଛନ୍ତି। ଏକ ସର୍ଭେରେ ଉଦ୍ଧବ ଠାକରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇବା ନେଇ ପୃଥ୍ବୀରାଜ ଚୌହ୍ବାନ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ହେବା ଉଚିତ୍। 

ଯଦି ମହାରାଷ୍ଟ୍ରର ଜଣେ ନେତା ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ହେଲେ ଏହାଠାରୁ ଭଲ କ’ଣ ହେବ ?  ଚୌହ୍ବାନ ସ୍ୱୀକାର କରିଛନ୍ତି ଯେ ଉଦ୍ଧବ ଠାକରେଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି ଏବଂ ତାଙ୍କର ପ୍ରଶାସନର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।  ଏହା ସହିତ ସେ କରୋନାର ଦ୍ୱିତୀୟ ତରଙ୍ଗ ପରିଚାଳନାକୁ ନେଇ ପିଏମ ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

 ପୃଥ୍ବୀରାଜ ଚୌହ୍ବାନ କହିଛନ୍ତି, ‘ଉଦ୍ଧବ ଠାକରେ ଲୋକପ୍ରିୟ।  ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ୍। ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଖୁବ୍ ଲୋକପ୍ରିୟ। ଲୋକଙ୍କୁ ଗଭର୍ଣ୍ଣାସ ଦେବା ସମ୍ଭବ ଅଟେ । କିନ୍ତୁ ପିଏମ ମୋଦୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ ରେକର୍ଡ କରିବା ଉପରେ ଥିବାବେଳେ ଉଦ୍ଧବଙ୍କ ରାଜ୍ୟର ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି। ମୋଦି ୪ ଦିନ ଟିକାକରଣ ବନ୍ଦ କରି ପଞ୍ଚମ ଦିନ ରେକର୍ଡ ସଂଖ୍ୟକ ଟିକାଦାନ କରିଥିବା ପ୍ରଚାର କରିଛନ୍ତି। ସେହିପରି କରୋନା ମୃତକଙ୍କ ସଂଖ୍ୟାକୁ ନେଇ ଭୁଲ୍‌ ତଥ୍ୟ କେନ୍ଦ୍ର ସରକାରଙ୍କ ପ୍ରଦାନ କରାଯାଇଥିବା ଚୌହ୍ବାନ ଅଭିଯୋଗ କରିଛନ୍ତି।

 ଆଗାମୀ ନିର୍ବାଚନରେ ​​ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ନାନା ପାଟୋଲଙ୍କ ବିବୃତ୍ତିର ଉଦ୍ଦେଶ୍ୟ ଗଠବନ୍ଧନ ସରକାରଙ୍କୁ ସମାଲୋଚନା କରିବା ନୁହେଁ ବରଂ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା।  ସେ ଦଳର ରାଜ୍ୟ ସଭାପତି। ଏଭଳି ପରିସ୍ଥିତିରେ ସେ ରାଜ୍ୟରେ ଦଳକୁ ମଜବୁତ କରିବାକୁ ଚିନ୍ତା କରୁଛନ୍ତି।  ନିକଟରେ ନାନା ପାଟୋଲ କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ନିଜେ ବହୁମତ ପାଇବ।  ଏହା ସହ ସେ ଅଭିଯୋଗ କରିଥିଲେ ଯେ ସିଏମ ଉଦ୍ଧବ ଠାକରେ ଏବଂ ଡେପୁଟି ସିଏମ ଅଜିତ ପାୱାର ତାଙ୍କ ଉପରେ ନଜର ରଖିଛନ୍ତି।

 ପାଟୋଲଙ୍କ ବୟାନକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ , ‘ସେ ମହାରାଷ୍ଟ୍ର କଂଗ୍ରେସକୁ ମଜବୁତ କରିବାର ଦାୟିତ୍ୱ ନେଇଛନ୍ତି। ସେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ମୁଁ ତାଙ୍କ ସାହସକୁ ପ୍ରଶଂସା କରୁଛି। ନାନା ପାଟୋଲ କଂଗ୍ରେସକୁ ପୁନର୍ଜୀବିତ କରିବାକୁ ଏବଂ ଏହାକୁ ଆଗକୁ ନେବାକୁ ଚାହୁଁଛନ୍ତି ।  

Related Posts